csstore

ମାଳି ପର୍ବତରେ ପାଳନ ହେଲା ମା ପାକୁଳି ଦେବୀ ଡଙ୍ଗର ଯାତ୍ରା

କୋରାପୁଟ, (ସୁନାମ ହନ୍ତାଳ) : ମାଳି ପର୍ବତରେ ମହାସମାରୋହରେ ପାଳନ ହେଲା ମା ପାକୁଳି ଦେବୀ ଡଙ୍ଗର ଯାତ୍ରା । ସୂଚନା ଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ମାଳି ପର୍ବତ ଉପରେ ଏକ ପୁରାତନ ପ୍ରାକୃତିକ ଗୁମ୍ଫା ରହିଛି ଏବଂ ଏହି ଗୁମ୍ଫାରେ ଅଂଚଳର ହଜାର ହାଜର ଆଦିବାସୀମାନେ ଚାଷ କରିବା ପୂର୍ବରୁ ପ୍ରତ୍ୟେକ ବର୍ଷ ମା ପାକୁଳି ଦେବୀଙ୍କ ଠାରେ ସରଣ କରି ବିହନ ପକାଇ ମାଁଙ୍କ ଆଶିର୍ବାଦ ପାଇଥାନ୍ତି । ପ୍ରକାଶ ଥାଉକି ମାଳି ପର୍ବତ ଉପରେ ବିଭିନ୍ନ ପ୍ରକାର ଔଷଧ ପତ୍ର, ବନଜାତ ଦ୍ରବ୍ୟ ଓ ମାଳି ପର୍ବତ ଚତୁଃପାର୍ଶ୍ୱରେ ୩୬ଟି ଝରଣା ରହିଛି । ଏହି ପର୍ବତକୁ ସୁରକ୍ଷା ଦେବା ପାଇଁ ଦୀର୍ଘ ୨୩ ବର୍ଷ ହେବ ବକ୍ସାଇଟ ଖଣି ଖଣନକୁ ବିରୋଧ କରି ମାଳି ପର୍ବତ ସୁରକ୍ଷା ସମିତି ଲଢେଇ କରି ଆସୁଛି । ଏହି ଡ଼ଙ୍ଗର ଯାତ୍ରାରେ ବିଭିନ୍ନ ଅଂଚଳର ଆଦିବାସୀ କଳା, ସାଂସ୍କୃତିର ପ୍ରଦର୍ଶନ କରି ଅଥିତିମାନଙ୍କୁ ସ୍ୱାଗତ କରିଥିଲେ । ଏହି ନିଆରା କାର୍ୟ୍ୟକ୍ରମରେ ପୋଲିସ ପ୍ରଶାସନ ତରପରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଏଥିରେ କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, ରାୟଗଡା ସମେତ ବହୁ ଅଂଚଳରୁ ମହିଳା ପୁରୁଷ ଯୋଗଦେଇଥିଲେ ।

jayashree
Leave A Reply

Your email address will not be published.