ମୂଲ୍ୟାୟନକାରୀଙ୍କୁ ମିଳୁନି ପ୍ରାପ୍ୟ : ପ୍ରାପ୍ୟରୁ ବଞ୍ଚିତ ମୂଲ୍ୟାୟନକାରୀ ଅଧ୍ୟାପକ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟ ଅତୀତରେ ସ୍ଥାନୀୟ ପୋଲିଟେକନିକ୍ ଶିକ୍ଷାନୁଷ୍ଠାନରେ ଦ୍ୱାଦଶ ଶ୍ରେଣୀ (ଯୁକ୍ତ ଦୁଇ) ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଶେଷ ହୋଇସାରିଛି । ୫୦ରୁ ଅଧିକ ବିଭିନ୍ନ ବିଷୟର ପ୍ରବୀଣ ଅଧ୍ୟାପକ ମୂଲ୍ୟାୟନ କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ । ଧାର୍ଯ୍ୟ ସମୟରେ ଫଳାଫଳ ପ୍ରକାଶକୁ ନେଇ ସଂପୃକ୍ତ ଅଧ୍ୟାପକ ବେଶ୍ ସଚେତନ ହୋଇ ନିଜ ନିଜ କାର୍ଯ୍ୟର ଗୁରୁତ୍ଵକୁ ବୁଝିଥିଲେ । ଏ ବାବଦକୁ ସଂପୃକ୍ତ ମୂଲ୍ୟାୟନକାରୀ ଅଧ୍ୟାପକଙ୍କୁ ସମୟୋଚିତ ପ୍ରାପ୍ୟ ପ୍ରଦାନର ବ୍ୟବସ୍ଥା ରହିଛି । ଅଥଚ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିଚାଳିତ ଏହି ମୂଲ୍ୟାୟନ କେନ୍ଦ୍ର ଅନେକ ଅଧ୍ୟାପକଙ୍କୁ ନିରାଶ ହିଁ କରିଛି। ବ୍ୟାଙ୍କ ଖାତା ମାଧ୍ୟମରେ ପ୍ରାପ୍ୟ ପ୍ରଦାନ କରାଯିବ ବୋଲିି କେବଳ ପ୍ରତିଶ୍ରୁତି ହିଁ ଦିଆଯାଇଛି।ଅନ୍ୟ ଅନୁସନ୍ଧାନରୁ ଜଣାପଡିଛି ଯେ ନିକଟ ଭବିଷ୍ୟତରେ ସଂପୃକ୍ତ ପ୍ରାପ୍ୟ ପ୍ରଦାନ ସମ୍ଭବ ବୋଲି ମନେ ହେଉନାହିଁ।ଏ ଦିଗରେ ଯୁକ୍ତ ଦୁଇ ପରୀକ୍ଷା ନିୟନ୍ତ୍ରକ ହସ୍ତକ୍ଷେପ କରନ୍ତୁ ବୋଲି ମୂଲ୍ୟାୟନକାରୀ ଅଧ୍ୟାପକ ଆଶା ବାନ୍ଧି ରହିଛନ୍ତି।

Leave A Reply

Your email address will not be published.