ଯାତ୍ରୀ ଚଢିବା ପୂର୍ବରୁ ଦୁର୍ଘଟଣା : ପାହାଡ ତଳକୁ ଖସିଲା ବସ୍, ହେଲ୍‌ପର ଗୁରୁତର

ସାନଖେମୁଣ୍ଡି : ପାହାଡ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ବୁରତାଲ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ସୂଚନାଯୋଗ୍ୟ ଯେ, ଓଆର୦୫ଡବ୍ଲୁ୨୮୫୬ ନମ୍ବର ବିଶିଷ୍ଟ ‘ବୁରତାଲ ଏକ୍ସପ୍ରେସ’ ନାମକ ବସଟି ପାହାଡ଼ରୁ ୧୫ ଫୁଟ ତଳକୁ ଖସିପଡିଛି । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ଗାଡିପୂଜା କରି ବସ୍ ହେଲପର ଗାଡି ଚଳାଇ ଯାତ୍ରୀଙ୍କୁ ବସାଇବା ପାଇଁ ଯାଉଥିବା ବେଳେ ଅସାବଧାନତା ହେତୁ ପାହାଡ଼ ତଳକୁ ବସଟି ଖସିପଡିଛି । ଫଳରେ ବସ୍ ହେଲପର ରଜନୀକାନ୍ତ ମହାନ୍ତି ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ତେବେ ବସରେ କୌଣସି ଯାତ୍ରୀ ଚଢି ନଥିବା ପୂର୍ବରୁ ଦୁର୍ଘଟଣା ଘଟିଛି । ଫଳରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ବସଟି ପାହାଡ ତଳେ ପଡିରହିଛି । ବସଟି ବୁରତାଲରୁ ଜରଡା, ପାତ୍ରପୁର, ଚିକିଟି ଦେଇ ଯାତ୍ରୀଙ୍କୁ ନେଇ ଯାଇଥାନ୍ତା ।

Leave A Reply

Your email address will not be published.