ଆମ୍ବୁଲାନ୍ସ କର୍ମଚାରୀ ସଂଘ ପକ୍ଷରୁ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଆମ୍ବୁଲାନ୍ସ ଚାଲକ ସରୋଜ ଜେନାଙ୍କୁ ଶ୍ରଦ୍ଧାଞ୍ଜଳି
ବଲାଙ୍ଗିର, (କେପିଏନ୍ଏସ୍) : ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଦୀର୍ଘ କୋଡ଼ିଏ ବର୍ଷରୁ ଅଧିକ ହେବ ସ୍ୱର୍ଗତ ସରୋଜ ଜେନା ରୋଗୀ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଜରୁରୀକାଳୀନ ସେବାରେ ଦିନ, ରାତି, ଖରା, ବର୍ଷା, ଶୀତକୁ ଖାତିର ନକରି ନିଜ ବୃତ୍ତିରେ ସେବା ମନୋଭାବରେ ନିଜକୁ ସମର୍ପି ଦେଇଥିଲେ । କରୋନା କାଳରେ ଅନେକ କରୋନା ରୋଗୀଙ୍କୁ ସେ ପିପିଇ କିଟ୍ ଲଗାଇ ସେବା ଯୋଗାଇ ଦେଉଥିଲେ । ତାଙ୍କର ସେବା କ୍ଷେତ୍ରରେ ଅନେକ ଅବଦାନ ରହିଥିଲା । ତାଙ୍କର ବିୟୋଗରେ ଅନେକ ମର୍ମାହତ । ଶ୍ରଦ୍ଧାଞ୍ଜଳି ସଭାରେ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲର ସୁପରିଟେଣ୍ଡେନ ମହେନ୍ଦ୍ର ନାୟକ, ଏକ୍ସନ କମିଟିର ଆବାହକ ଗୋପାଲଜୀ ପାଣିଗ୍ରାହୀ ଓ ୟୁଥ୍ ଏକ୍ସନ କମିଟିର ସଭାପତି ବିନୋଦ କୁମାର କାଲସାଏ ଯୋଗଦେଇ ସ୍ୱର୍ଗତ ଜେନାଙ୍କ ସ୍ମୃତି ଚାରଣ ସହ ଦୀପ, ପୁଷ୍ପ ପ୍ରଦାନ କରିଥିେ;ଲ । ଦୁଇ ମିନିଟ ନୀରବ ପ୍ରାର୍ଥନା କରି ଅମର ଆତ୍ମାର ସଦ୍ଗତି ନିମନ୍ତେ କାମନା କରିଛନ୍ତି ।
ଏହି କାର୍ୟ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପର୍ଶୁରାମ ବାଗ, ଦିଲିପ ଛତ୍ରିଆ, କୁନୁ ତ୍ରିପାଠୀ, ସଞ୍ଜିବ ସେଠ, ଅଜୟ ପ୍ରଧାନ, ଶଶାଙ୍କ ଶେଖର ବାରିକ, ନିତ୍ୟା ଜାଲ, ସାନନ୍ଦ ମହାନନ୍ଦ, ସଞ୍ଜିବ ବାରିକ, ଦିଗାମ୍ବର ମାଝୀ, ଶ୍ରୀନାଥ ସେଠ, ତ୍ରୀଲୋଚନ ଦୀପ, ସନ୍ତୋଷ ପ୍ରଧାନ, ସନ୍ତୋଷ ସାହୁ, ସନ୍ତୋଷ ପଟ୍ଟନାୟକ, ରବି ଖମାରୀ, ଅଜୟ ନାଗ, ସଞ୍ଜୟ ସାହୁ, ସନ୍ଦିବ ବାଗ, ଜୟଦେବ ଜାଲ, ବବୁଲୁ ମିଶ୍ର, ଲିଙ୍କନ ସେଠ, ଶ୍ରୀକର କାଲସାଏ, ରିଙ୍କୁ ବନଛୋର, ନିଲାନ୍ଦ୍ରୀ ଦେହୁରୀ, ବଣ୍ଟୁ ବଗର୍ତ୍ତୀ, ବିକି ନନ୍ଦ ଓ ଶତୃଘନ ପ୍ରମୁଖ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।