oom

ୟୁଥ୍ ମାସ୍ ସେବା ସଂଘର ୧୫ତମ ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ପ୍ରତିବର୍ଷ ଆୟୋଜିତ ହୋଇଆସୁଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୟୁଥ୍ ମାସ୍ ସେବା ସଂଘର ୧୫ତମ ବାର୍ଷିକ ଉତ୍ସବ ପାଳନ ନେଇ ଏକ ଜରୁରୀ କାଳୀନ ବୈଠକ ଶନିବାର ସନ୍ଧ୍ୟାରେ ଶିବ କୁମାର ପଟ୍ଟନାୟକ ରିଡ଼ିଙ୍ଗରୁମ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ସଂଗଠିତ ହେବା ସାଂଗକୁ ଜାତୀୟ ଯୁବ ଦିବସ ଜାନୁଆରୀ ୧୨ ତାରିଖରେ ୟୁଥ୍ ମାସ୍ ସେବା ସଂଘର ୧୫ ତମ ବାର୍ଷିକ ଉତ୍ସବ ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ୟ ଚଣ୍ଡୀ ଛକ ନିକଟରେ ଆୟୋଜିତ ହେବ ବୋଲି ଆଲୋଚନା ହୋଇଛି । ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣରେ ପ୍ରାୟତଃ ୧୬ ଟି ଦଳ ଅଂଶଗ୍ରହଣ କରିବେ ବୋଲି କୁହାଯାଇଛି । ୟୁଥ୍ ମାସ୍ ସେବା ସଂଘର ସମ୍ପାଦକ ସୟେଦ ମୁକ୍ତାର, ସଭାପତି ବନମାଳି ନେପାକ, ଏ. ରାବଣା ରାଓ, ଆଇନଜୀବୀ ବି. ଶ୍ରୀନିବାସ, ଚୈତନ୍ୟ ପ୍ରଧାନ, ରାଜେଶ ସାହୁ, ଗୋପାଳ ସ୍ୱାମୀ, କେ.ରମେଶ, ଜୀବନ କୁମାର ମହାରଣା, ପ୍ରଶାନ୍ତ ପଟ୍ଟନାୟକ, ଚୈତନ୍ୟ ପ୍ରଧାନ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ ସେଠୀ ପ୍ରମୁଖ ସକ୍ରୀୟ ସଦସ୍ୟ ତଥା ଉପଦେଷ୍ଟା ମଣ୍ଡଳୀ ତଥା ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଭାବେ ପାଳନ କରାଯିବା ନିମନ୍ତେ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଛି ।

jittmm
Leave A Reply

Your email address will not be published.