jayashree

ବଲାଙ୍ଗିରରେ ଚତୁର୍ଥ ରାଷ୍ଟ୍ରିୟ ଲୋକ ଅଦାଲତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ନ୍ୟାୟାଳୟ ସମେତ, ଜିଲ୍ଲାରେ ଥିବା ସମସ୍ତ ତାଲୁକ ସ୍ତରରେ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ନ୍ୟାୟାଳୟର, ଜିଲ୍ଲା ନ୍ୟାୟାଧିଶ ଡ. ପବିତ୍ର ମୋହନ ସାମଲ, ଚେୟାରମ୍ୟାନ ବିମଳ କୁମାର ଚାନ୍ଦ, ପିଏଲ୍ଏ, (ପିୟୁଏସ୍), ବିକ୍ରମ କେଶରୀ ପଟ୍ଟନାୟକ, ଜଜ୍ ଫ୍ୟାମିଲି କୋର୍ଟ, ହିମାଂଶୁ ଶେଖର ସିଂହ, ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଥମ, ପ୍ରିୟ ରଂଜନ ମିଶ୍ର, ଅତିରିକ୍ତ ଜିଲ୍ଲା ଜଜ୍ ଦ୍ୱିତୀୟ, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ, ସୁନନ୍ଦା ପାଢୀ, ରେଜିଷ୍ଟାର, ସିଭିଲ କୋର୍ଟ, ଶ୍ରୀଦୀପ ମିଶ୍ର, ଆଶିଷ କୁମାର ସାହୁ ସିଭିଲ୍ ଜଜ୍ (ବରିଷ୍ଠ), ଶ୍ରୀମତୀ କୁମୁନ୍ ଆଚାର୍ଯ୍ୟ, ସିଭିଲ୍ ଜଜ୍ (ବରିଷ୍ଠ), (LR & LTV) ଶ୍ରୀମତୀ ବୈଶାଳୀ ନାୟକ, ସିଭିଲ୍ ଜଜ୍ (ବରିଷ୍ଠ), (commercial_court), ଶ୍ରୀମତୀ ଅର୍ଣ୍ଣପୂର୍ଣ୍ଣା ଷଡଙ୍ଗୀ, ଅତିରିକ୍ତ ସିଭିଲ୍ ଜଜ୍ (ବରିଷ୍ଠ) , ଶ୍ରୀମତୀ ଦୀପାରାଣୀ ଜେନା, (ଏସ୍‌ଡ଼ିଜେଏମ୍‌), ଶ୍ରୀମତୀ ଶାଶ୍ୱତୀ ମହାପାତ୍ର, ସିଭିଲ୍ ଜଜ୍ (କନିଷ୍ଠ), ଶ୍ରୀମତୀ ଲକ୍ଷ୍ମୀ ବେହେରା, ଜେ.ଏମ୍.ଏଫ୍.ସି., ପବ୍ଲିକ ପ୍ରୋସିକ୍ୟୁଟର (ଜିଲ୍ଲା ଜଜ୍ କୋର୍ଟ), ସୁବାଷ ଚନ୍ଦ୍ର ମହାନ୍ତ ଏବଂ ଜିଲ୍ଲା ବାର୍‌ର ପ୍ରାୟ ସମସ୍ତ ଓକିଲ ମାନେ ଉପସ୍ଥିତ ଥିଲେ । ଏହା ସହିତ ଜିଲ୍ଲାର ବିଭିନ୍ନ ରାଜସ୍ୱ ଅଧିକାରୀ, ଜାତୀୟକରଣ ବ୍ୟାଙ୍କ, ଆର୍‌ଟିଓ ବଲାଙ୍ଗିର, ବିଏସ୍‌ଏନ୍‌ଏଲ୍‌ ଏବଂ ଅନ୍ୟ ବିଭାଗ ମାନଙ୍କର କର୍ମଚାରୀ ମଧ୍ୟ ଏହି ଲୋକ ଅଦାଲତରେ ଭାଗ ନେଇଥିଲେ । ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ସାମଲଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ସାସ୍ଥ୍ୟ ବିଭାଗ ସହଯୋଗରେ ଡା. ନନ୍ଦ କିଶୋର ପାଢୀଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ସହର ସାସ୍ଥ୍ୟକେନ୍ଦ୍ର କର୍ମଚାରୀ, ଆଶା କର୍ମୀଙ୍କ ମାଧ୍ୟମରେ ପ୍ରାଧିକରଣ ପରିସରରେ ଉପସ୍ଥିତ ଥିବା ବ୍ୟକ୍ତିବିଶେଷ ମାନଙ୍କର ବିଭିନ୍ନ ସାସ୍ଥ୍ୟ ସମସ୍ୟା ପରୀକ୍ଷା କରାଯିବା ସହିତ ବଲାଙ୍ଗିର ଜିଲ୍ଲା କାରାଗାରର ଅନ୍ତେବାସୀ ମାନଙ୍କର ଉତ୍ସାହ ବୃଦ୍ଧି କରିବା ପାଇଁ ସେମାନଙ୍କ ଦ୍ୱାରା ତିଆରି କରାଯାଇଥିବା ବିଭିନ୍ନ ହସ୍ତତନ୍ତ୍ର ବସ୍ତ୍ର ଗୁଡିକ ଜିଲ୍ଲା କାରାଗାର କର୍ମଚାରୀଙ୍କ ଦ୍ୱାରା ବିକ୍ରି କରାଯାଇଥିଲା । ଉକ୍ତ ଲୋକ ଅଦାଲତକୁ ପବିତ୍ରାନନ୍ଦ ପ୍ରଧାନ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ପରିଚାଳନା କରିଥିଲେ । ଆଇନ ଶୃଙ୍ଖଳା ରକ୍ଷା କରିବାରେ ଜିଲ୍ଲା ପୋଲିସ ପ୍ରଶାସନ ସହଯୋଗ କରିଥିଲେ । ଏହି ରାଷ୍ଟ୍ରିୟ ଲୋକ ଅଦାଲତରେ ୩୫ଟି ଦେୱାନୀ ମକୋଦ୍ଦମା ଫଇସଲା ହୋଇଥିଲା । ୧୫ଟି ବ୍ୟାଙ୍କ ମକୋଦ୍ଦମାର ସମାଧାନ କରାଯାଇ ୪୩୮୩୧୪୬.୯ ଟଙ୍କା ଦାଖଲ ହୋଇଥିଲା । ମଟର ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ମୋଟ୍ ୮୧୩୮.୦୦/- ଦେବା ପାଇଁ ଆଦେଶ କରାଯାଇଥିଲା । ୪୫ଟି ଫୌଜଦାରୀ ମକୋଦ୍ଦମା ଫଇସଲା କରାଯାଇଥିଲା । ୪୫୫୨ଟି ରାଜସ୍ୱ ମାମଲାର ବିଚାର କରାଯାଇଥିଲା । ୬ଟି ପ୍ରାକ୍ ମକୋଦ୍ଦମା ମାମଲାର ସମାଧାନ କରାଯାଇ ୮୬୮୬ ଟଙ୍କା ହୋଇଥିଲା ।

Leave A Reply

Your email address will not be published.