jayashree

ବିଲେଇସର୍ଡା କଲେଜର ବାର୍ଷିକ କ୍ରୀଡା ଉଦ୍‌ଯାପିତ

  • “ଖେଳରୁ ଶୃଙ୍ଖଳାବୋଧ ଶିକ୍ଷା କରାଯାଏ “

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡ଼ା କଲେଜର ବାର୍ଷିକ କ୍ରୀଡା ଉଦ୍‌ଯାପିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ପୁରୁଷୋତ୍ତମ ଭଞ୍ଜ ଏହି କ୍ରୀଡା ଉତ୍ସବକୁ ଉଦ୍‌ଘାଟନ କରି ନିଜ ବକ୍ତବ୍ୟରେ କ୍ରୀଡା ମାଧ୍ୟମରେ ଶରୀର ପୁଷ୍ଟିସାଧନ ହେବା ସଙ୍ଗେ ସଙ୍ଗେ ମାନସିକ ବିକାଶ ଘଟିଥାଏ ବୋଲି କହିଥିଲେ । ଆୟୋଜିତ ଏହି ପ୍ରତିଯୋଗିତାରେ ଦୌଡ, ଉଚ୍ଚଡ଼ିଆଁ, ଲମ୍ବଡିଆଁ, ଗୋଲାଫିଙ୍ଗା, ମ୍ୟୁଜିକ ଚେୟାର ଅନୁଷ୍ଠିତ ହୋଇଥିଲା । ଉଦ୍‌ଯାପନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ ସୁଶାନ୍ତ ଛତ୍ରୀୟା ମୁଖ୍ୟ ଅତିଥିଭାବେ ଯୋଗଦେଇ ଖେଳରୁ ଶୃଙ୍ଖଳାବୋଧ ଶିକ୍ଷା କରାଯାଏ ବୋଲି କହିଥିଲେ । କଲେଜର କ୍ରୀଡା ଶିକ୍ଷକ ମିତ୍ରଭାନୁ ବିଶ୍ୱାଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କଲେଜର ଅଧ୍ୟାପକ ରୁଦ୍ରଧର ତ୍ରିପାଠୀ, ବୈବସୁତ ବିଶ୍ୱାଳ, ଚୈତନ୍ୟ ଦଣ୍ଡସେନା, ନୀଳାଚଳ ତ୍ରିପାଠୀ, ଅଧ୍ୟାପିକା ନିରୁପମା ସାହୁ, ଲାଇବ୍ରାରୀଆନ ଭୁବନେଶ୍ୱର ମହାକୁର ଓ କଲେଜର ଶିକ୍ଷା କର୍ମଚାରୀ ନନ୍ଦଲାଲ ଭାଟି, ହୃଷିକେଶ ମେହେର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.