oom

ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶକ୍ତି ସଂରକ୍ଷଣ ଦିବସ ପାଳିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶନିବାର ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ସକାଳ ସମୟରେ ଶକ୍ତି ସୁରକ୍ଷା ସଚେତନତା ନେଇ ଛାତ୍ରଛାତ୍ରୀଙ୍କ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ପରେ ଶିକ୍ଷକ ଲିଲୁ ମୋହନ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥିଭାବରେ ମୁରିବାହାଲ ବ୍ଲକ ବିଧାୟକଙ୍କ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବରେ କୋଶଲି ଦିବ୍ୟାଙ୍ଗ କବି ମଧୁସୂଦନ ନାଗ ଯୋଗଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଧାନଶିକ୍ଷକ ବିଜୟ କୁମାର ରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଜଗଦୀଶ ସୁନା ସଂଯୋଜନା କରିଥିବା ବେଲେ ଶିକ୍ଷକ ଶୁଭ୍ରାଂଶୁ ତାଣ୍ଡି, ସୋମେଶ ବହିଦାର, ଆଶିଷ କୁମାର ତ୍ରିପାଠୀ, ଉତ୍ତମ ରଣା, ଶୁଭଶ୍ରୀ ପ୍ରିୟଦର୍ଶିନୀ, ସରସ୍ୱତୀ ହୋତା, ଗାୟତ୍ରୀ ତାଣ୍ଡି, ଆନନ୍ଦୀନି ଥନାପତି, ଅନୁପ୍ରିୟା ତାଣ୍ଡି, ଭୁଜମତି ଶବର, କୁସୁମ ନାଏକ, ଅର୍ପିତା ପ୍ରିୟଦର୍ଶିନୀ ମିଶ୍ର, ସୁଶାନ୍ତ ନାଏକ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ରୋହିତ ନାଗ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.