csstore

ବରଗଡ଼ ଜିଲ୍ଲା ସୋହେଲା ଗସ୍ତ ସମୟରେ ପଦ୍ମପୁର ଠାରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ ପାଣୀ) : ଧାନ କ୍ଵିଣ୍ଟାଲ ପିଛା ସର୍ବନିମ୍ନ ମୂଲ୍ୟ ଉପରେ ୮୦୦ ସହାୟତା ରାଶି ଲୋକାର୍ପଣ ଉତ୍ସବ କାର୍ଯ୍ୟକ୍ରମ ପାଇଁ ବରଗଡ଼ ଜିଲ୍ଲା ସୋହେଲା ଇଚ୍ଛାପାଲି ଠାରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ ଯୋଗଦାନ ଦେବା ନିମନ୍ତେ ବିମାନରେ ଆସି ପଦ୍ମପୁର ମାଟିରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଯୁବନେତା ପ୍ରୀତେଶ ବହିଦାର ସତୀଭଟା ଉଡାଜାହାଜ ଅବତରଣ ପଡ଼ିଆ ଠାରେ ସ୍ୱାଗତ କରି ସମ୍ବର୍ଦ୍ଧନା ଜଣାଇଥିଲେ । ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି ଚାଷୀଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଉପକୃତ ହୋଇଥିବା ଚାଷୀଙ୍କ ତରଫରୁ କୃତଜ୍ଞତା ଜଣାଇଛନ୍ତି । ଏହି ସ୍ୱାଗତ ସମୟରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଅଶୋକ ମିଶ୍ର, ସୁବାସ ପାତ୍ର, ହରି ସିଂ, ରମେଶ ଗର୍ଗ, ସୁନୀଲ ଅଗ୍ରୱାଲ, କାଉନସିଲର କୁନାଲ ପାଣିଗ୍ରାହୀ, ପ୍ରମିଳା ମେହେର, ଚିନ୍ମୟ ପଣ୍ଡା, ଜ୍ୟୋସ୍ନାରାଣୀ କର, ସାମଲ ଦାସ, ନାରାୟଣ ପୁରୋହିତ, ନିରୋଜ ସିଂହ, ନରେଶ ସାହୁ, ରବି ସାହୁ, ଦିନେଶ ବାରିକ, ସୁରେଶ ସାହୁ, ସୁରଜ ସୁନା, ଅମିତ ଗର୍ଗ, ବାରିଶ ରାଜା ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.