csstore

କରାଟେ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ଏସ୍‌ପି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୧୬ ଓ ୧୭ ତାରିଖରେ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲରେ ରାଜ୍ୟସ୍ତରୀୟ ସବ୍‌ ଜୁନିୟର କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛିଫ ଏଥିରେ ଅସୀମ କରାଟେ ଏକାଡେମୀର ଅଭିପ୍‌ସା ଦଲାଇ କୁମିତେ ବିଭାଗରେ ରୌପ୍ୟ ପଦକ ଓ ଦୀପିକା ଭୋଇ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ଅସୀମ ଭୋଇ ରେଫରି ଦାୟିତ୍ୱ ତୁଳାଇଥିଲେ । ଆଜି ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରି ଓ ଆଇପିଏସ୍‌ ଅମ୍ରିତ ପାଲ କୌର ପଦକ ବିଜେତା ଅଭିପ୍‌ସା ଦଲାଇ ଓ ଦୀପିକା ଭୋଇଙ୍କୁ ଫୁଲତୋଡା ଓ ଉପଢୌକନ ସହ ସମ୍ବର୍ଦ୍ଧିତ କରିଥିବା ବେଳେ ଅସୀମ କରାଟେ ଏକାଡେମୀର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଏହି ଅବସରରେ ଏସ୍‌ପି ରିଷିକେଶ ଖିଲାରି କରାଟେ କୋଚ ତଥା ଅନ୍ତର୍ଜାତୀୟ ସ୍ୱର୍ଣ୍ଣପଦକ ବିଜେତା ଅସୀମ କୁମାର ଭୋଇଙ୍କୁ ପ୍ରଶଂସା କରିବା ସଙ୍ଗେ ଆଗାମୀ ଦିନରେ ଏହି କରାଟେ ଖେଳରେ ଛାତ୍ରଛାତ୍ରୀ କିଭଳି ଏହି କରାଟେ ଖେଳରେ ନିଜ ଭବିଷ୍ୟତ ଗଠନ କରି ପାରିବେ ଏବଂ ନିଜକୁ ସୁରକ୍ଷା ଦେବା ସଙ୍ଗେ ଅନ୍ୟକୁ ସୁରକ୍ଷା ଯୋଗାଇ ଦେଇପାରିବେ ସେଥି ପ୍ରତି ଉଦ୍ୟମ କରିବାକୁ ଆହ୍ୱାନ କରିଛନ୍ତି ।

jayashree
Leave A Reply

Your email address will not be published.