ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ୨୫ତମ ବାର୍ଷିକ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଥିବା ବ୍ରାହ୍ମଣ ସମାଜର ସଂସ୍କୃତି ମଣ୍ଡପ ଠାରେ ୨୫ତମ ବାର୍ଷିକ ଉତ୍ସବ (ରୌପ୍ୟ ଜୟନ୍ତୀ) ଶନିବାର ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ସନ୍ଧ୍ୟାରେ ପାଇକମାଲ ଶିବ ମନ୍ଦିର ନିକଟରେ ପ୍ରବାହିତ ଝରଣାରୁ କଳସୀରେ ପବିତ୍ର ପାଣି ଆଣି ନୃସିଂହନାଥ ସ୍ଥିତ ସଂସ୍କୃତି ମଣ୍ଡପ ଠାରେ ସ୍ଥାପନା କରଯାଇଥିଲା । ଶନିବାର ଗାୟତ୍ରୀ ମହାଯଜ୍ଞରେ କର୍ତ୍ତା ଭାବେ ମାଧବ ମୋହନ ପାଣିଗ୍ରାହୀ ଓ ସହଧର୍ମିଣୀ ବବିତା ପାଣିଗ୍ରାହୀ ଦାୟିତ୍ଵ ତୁଲାଇ ଥିବା ବେଳେ ପଣ୍ଡିତ ପ୍ରେମାନନ୍ଦ ଦେବତା ପୂଜାକାର୍ଯ୍ୟ, ହୋମ, ଆଳତି କରିଥିଲେ । ଏନେଇ ଅନୁଷ୍ଠିତ ସଭାରେ ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ସଭାପତି ଗିରିଶ ଚନ୍ଦ୍ର ନାୟକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ସମ୍ମାନିତ ଅତିଥି ଭାବେ ପଦ୍ମପୁରରୁ ଜୟନାରାୟଣ ତ୍ରିପାଠୀ, ଝାରବନ୍ଧରୁ ଝାସକେତନ ନନ୍ଦ, ଗାଇସିଲେଟରୁ ସଦାନନ୍ଦ ପାଢୀ, ବିଜେପୁରରୁ ଶଶିଭୂଷଣ ପଣ୍ଡା, ବରପାଲିରୁ କୃଷ୍ଣଚନ୍ଦ୍ର ଦେବତା, ଅତାବିରାରୁ ଶ୍ରୀକାନ୍ତ ପଣ୍ଡା, ଭଟଲିରୁ ଗୌରଚନ୍ଦ୍ର ରଥ, ଆମ୍ବାଭୋନା ଯୋଗେନ୍ଦ୍ର ମିଶ୍ର, ବରଗଡ଼ରୁ ସରୋଜ ଦାଶ ଓ ଦୀପକ ଦାଶ, ଛତିଶଗଡ଼ ବାଲୋଦା ସଭାପତି କୃଷ୍ଣମୁରାରି ପାଣିଗ୍ରାହୀ, ମହାସମୁନ୍ଦ ଜିଲ୍ଲା ସଭାପତି ବଳଦେଓ ମିଶ୍ର ପ୍ରମୁଖ ଯୋଗଦେଇ ବ୍ରାହ୍ମଣ ସମାଜର ଉନ୍ନତି, ପର୍ଶୁରାମ ବାହିନୀ ଓ ଗାୟତ୍ରୀ ବାହିନୀ କିପରି ସାମାଜିକ କାମରେ ଶାନ୍ତି ଶୃଙ୍ଖଳା ଭାବେ କାମ କରିବେ, ସମାଜର ସଂସ୍କାର, ବ୍ରାହ୍ମଣ ଜାତିର ପୁଅ ଝିଅ ମାନେ ଉଚ୍ଚ ଶିକ୍ଷିତ ହୋଇ ସମାଜ ପାଇଁ କାମ କରିବେ, ଉଚ୍ଚ ଶିକ୍ଷିତ ପୁଅ ଝିଅ ମାନେ ଦେଶ ପାଇଁ ସେବା କରି ଜାତିର କିପରି ନାମ ରଖିବେ ଏନେଇ ଅତିଥି ମାନେ ନିଜ ନିଜ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ଓ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଦିବଙ୍ଗତ କମିଟିର ସଦସ୍ୟ ମାନଙ୍କୁ ମରଣୋତ୍ତର ସମ୍ମାନିତ କରାଯାଇଥିଲା । ଗାୟତ୍ରୀ ବାହିନୀର ସଭାନେତ୍ରୀ ବାସନ୍ତୀ ମିଶ୍ର ତାଙ୍କ ବକ୍ତବ୍ୟରେ ପ୍ରତ୍ୟେକ କ୍ଷେତ୍ରରେ ନାରୀମାନେ ଘରୁ ବାହାରକୁ ବାହାରି ନିଜ ଜାତି ପାଇଁ ତଥା ଦେଶ ପାଇଁ କାମ କରିଲେ ଦେଶର ଉନ୍ନତି ହେବ ବୋଲି କହିଥିଲେ । ସଭା ପରିଚାଳନା ସୁଶାନ୍ତ ପାଣିଗ୍ରାହୀ କରିଥିଲେ । ବିଭିନ୍ନ କାମରେ ସତ୍ୟନାରାୟଣ ଯୋଶୀ, ମାତୃପ୍ରସାଦ ରଥ, ଶଙ୍କର ଦାଶ, ସନ୍ତୋଷ ପାଣିଗ୍ରାହୀ, ଆଲୋକ ମିଶ୍ର, ପ୍ରିତିଶ ବଡ଼ପଣ୍ଡା, ରୀଙ୍କୁ ମହାପାତ୍ର, ରୋଷନ୍ ପାଣିଗ୍ରାହୀ ଓ ମାନସ ରଞ୍ଜନ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପର୍ଶୁରାମ ବାହିନୀର ସଭାପତି ବୁଲୁ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.