csstore

ରାଜ୍ୟସ୍ତରୀୟ ବିର୍ସାମୁଣ୍ଡା ଜୟନ୍ତୀ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାମ୍ବାଦିକ ଭବନ ଠାରେ ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର କାର୍ଯ୍ୟକାରୀ ସଭାପତି ବନଲତା ମାଝିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆସନ୍ତା ନଭେମ୍ବର ୧୫ରେ ହେବାକୁ ଥିବା ଭଗବାନ ବିର୍ସାମୁଣ୍ଡା ଜୟନ୍ତୀ ଉତ୍ସବ ବଲାଙ୍ଗିର ଠାରେ ପାଳନ କରିବାକୁ ପ୍ରସ୍ତାବ ହୋଇଥିଲା । ଧରତୀ ଅବ୍ୱା ବିର୍ସାମୁଣ୍ଡା ଜୟନ୍ତୀ ଉପଲକ୍ଷେ ଆଦିବାସୀ କଳାକାର ଏବଂ ଆଦିବାସୀ ସାଂସ୍କୃତିକ ଦଳ ଦ୍ୱାରା ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ହେବ । ଶୋଭାଯାତ୍ରା ପରେ ମହାସଭା ହେବ । କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସହିତ ରାଜ୍ୟର ସମସ୍ତ ଜିଲ୍ଲାର ଆଦିବାସୀ ସାଂସ୍କୃତିକ ଦଳ ସାମିଲ ହେବେ । ଜୟନ୍ତୀ ମହୋତ୍ସବ ଅବସରରେ ଆଦିବାସୀଙ୍କ ସମସ୍ୟା ସମ୍ବଳିତ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବାକୁ ବୈଠକରେ ସ୍ଥିର ହୋଇଥିଲା । ବୈଠକରେ ସଂଘର ବନଲତା ମାଝି, ବ୍ଲକ ସଭାପତି ପଦ୍ମନ ପ୍ରଧାନୀ, ସନ୍ତୋଷ ପୁଟା, ରସିକ ଧରୁଆ, ପାଳେଶ୍ୱର ଭୋଇ, ଚନ୍ଦ୍ର ବରିହା, ବିକ୍ରମ ଭୋଇ, ମନରଞ୍ଜନ ଭୋଇ, ନରୋତ୍ତମ ମାଝି, ସୁରଥ ଧରୁଆ, ଭୁବନେଶ୍ୱର କୁଅଁର, ନଗର ସଭାପତି ରାମଚନ୍ଦ୍ର ମୁର୍ମୁ, ନିତ୍ୟାନ୍ଦ ମାଝି, ଚନ୍ଦ୍ର ଶବର, ସଂଗଠନ ସମ୍ପାଦକ ଥବିର ପୁଝାରୀ, ଅଚ୍ୟୁତାନନ୍ଦ ଧରୁଆ, ପ୍ରଫୁଲ୍ଲ ପ୍ରଧାନୀ, ସୁନିଲ ମାଝି ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.