csstore

ଗୋପାଳପୁର ପୋର୍ଟ ପରିବହନ କାର୍ଯ୍ୟରେ ଆଞ୍ଚଳିକସ୍ତରୀୟ ଟ୍ରକ୍ : ଡ୍ରାଇଭରଙ୍କୁ ନିୟୋଜିତ ଦାବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବନ୍ଦର ଏବଂ ଆଇ.ଆର୍.ଇ.ଏଲ୍. ପ୍ରତିଷ୍ଠାନରେ ଗଞ୍ଜାମ ଜିଲ୍ଲାର ପ୍ରମୁଖ ଟ୍ରକ୍ ମାଲିକ ସଂଘର ତଥା ଆଞ୍ଚଳିକସ୍ତରୀୟ ଟ୍ରକ୍ ଓ ଡ୍ରାଇଭରଙ୍କୁ ସ୍ଥାୟୀ ଭାବେ ପରିବହନ କାର୍ଯ୍ୟରେ ଲଗାଯିବାକୁ ଦୀର୍ଘ ଦିନର ଦାବୀ ହୋଇଉଠିଛି । ଏଦିଗରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆଞ୍ଚଳିକ ଟ୍ରକ୍ ଗୁଡ଼ିକ ସ୍ଥାୟୀ ଭାବେ ନଲାଗିଲେ ଆନ୍ଦୋଳନ ଜୋର୍‌ଦାର ହେବ ବୋଲି ପ୍ରମୁଖ ଟ୍ରକ୍ ମାଲିକ ସଂଘ ପକ୍ଷରୁ ପ୍ରଶାସନକୁ ଚେତାବନୀ ଦିଆଯାଇଛି । ଶନିବାର ଦିବା ୧୧ଟା ୩୦ ମିନଟ୍ ସମୟରେ ଏନେଇ ଛତ୍ରପୁର ଉପ-ଜିଲ୍ଲପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବସି ଟ୍ରକ୍ ମାଲିକ ସଂଘ ସହ ପ୍ରଶାସନ ମଧ୍ୟରେ ଆଲୋଚନା ହୋଇ ଅନୁଷ୍ଠିତ ହୋଇଛି । ୧୫ ଦିନ ମଧ୍ୟରେ କୌଣସି ଏକ ଉଚିତ୍ ପଦକ୍ଷେପ ନିଆଯାଇ ଏହାର ସମାଧାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଉଚିତ୍ ପଦକ୍ଷେପ ଗ୍ରହଣ କରି ଟ୍ରକ୍ ମାଲିକ ସଂଘକୁ ଉଚିତ୍ ନ୍ୟାୟ ନଦେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଟ୍ରକ୍ ମାଲିକ୍ ସଂଘର ସଭାପତି ଟି. ଚନ୍ଦ୍ରଶେଖର ରାଓ, ଶଙ୍କର ଦାଶ, ଶିବାନୀଶଙ୍କର ଦଳେଇ, ପ୍ରମୋଦ ଜେନା ପ୍ରମୁଖ ନେତ୍ତୃବର୍ଗ ପ୍ରଶାସନ ସହ ଆଲୋଚନା ବେଳେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.