ବସ୍‌ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା : ଡ୍ରାଇଭର୍‌ ଗୁରୁତର, ଯାତ୍ରୀ ଆହତ

ନାରାୟପାଟଣା : ବସ୍‌ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଉଭୟ ଗାଡିର ଚାଳକ ଗୁରୁତର ହୋଇଛନ୍ତିି । ସୂଚନା ଅନୁଯାୟୀ, ଭାରସାମ୍ୟ ହରାଇ ବସ୍‌ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏହି ଦୁର୍ଘଟଣାରେ ଉଭୟ ଗାଡିର ଚାଳକ ଗୁରୁତର ଥିବା ସହ ଟ୍ରକ୍‌ ଚାଳକ ଗାଡ଼ି ଭିତରେ ଫସି ରହିଛନ୍ତିି । ଏହା ସହ ବସ୍‌ରେ ଥିବା ଏକାଧିକ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଜଣାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତମାନଙ୍କୁ ଲଷ୍ମୀପୁରକୁ ସ୍ଥାନାନ୍ତର କରିଛି । ଏହା ସହ ଫସି ରହିଥିବା ଟ୍ରକ୍ ଡ୍ରାଇଭରଙ୍କୁ ମଧ୍ୟ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଛି ପୋଲିସ ।

Leave A Reply

Your email address will not be published.

error: Content is protected !!