oom

ଭେରୁଆମୁଣ୍ଡାରେ ନୂଆଁଖାଇ ଭେଟ୍‌ଘାଟ୍‌

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠ ଗ୍ରାମ ପଞ୍ଚାୟତ ଭେରୁଆମୁଣ୍ଡା ବାପୁଜୀ କ୍ଲବ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ମହେନ୍ଦ୍ର ପଶାୟତ, ମୁଖ୍ୟ ବକ୍ତା ରଂଜନ ମାଝୀ ଓ ସମ୍ମାନିତ ଅତିଥି ଭାବରେ ବିପିନ ବିହାରୀ ସାହୁ, ପୁଷ୍ପା ମାଝୀ, ଧନୁ ବରିହା, ଦୟା ମାଝୀ, ନିଲାଞ୍ଚଳ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । କ୍ଲବ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା । ଗାଁର ଉଚ୍ଚ ନମ୍ବର ଆଣିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାରା ମାନପତ୍ର ଓ ଉପଢ଼ୌକନ ଦିଆଯାଇଥିଲା । ବିଭିନ୍ନ ପ୍ରତିଯୋଗିତା କୃତୀ ପ୍ରତୀଯୋଗୀମାନଙ୍କୁ ପୁରସ୍କାର ରାଶି ସହ ମାନପତ୍ର ଦିଆଯାଇଥିଲା । କ୍ଲବର ସଭାପତି ତ୍ରିଲୋଚନ ମାଝୀ, ସମ୍ପାଦକ ରତ୍ନାକର ମାଝୀ, କୋଷାଧ୍ୟକ୍ଷ ପରମଜିତ ମାଝୀ, ଉପଦେଷ୍ଟା ବିଭିଷଣ ମାଝୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ କ୍ଷୀରୋଦ୍ର ମାଝୀ, ପଦ୍ମନ ମାଝୀ, ନିତେଶ ମାଝୀ, ପ୍ରବୀଣ ମାଝୀ, ଟିକେମନ ଗଏଁତା, ଉମାକାନ୍ତ ବରିହା, ହରିଶ ଚନ୍ଦ୍ର ବରିହା, ଦେବେନ୍ଦ୍ର ବରିହା, ଲୋକନାଥ ମାଝୀ, ଗୌରାଙ୍ଗ ମାଝୀ, ଦୀପକ ମାଝୀ, ସୁନୀଲ ପଶାୟତ, ଦେବାର୍ଚ୍ଚନ ମାଝୀ, ମନୁ ମାଝୀ, ଭୁବନେ ମାଝୀ, ମିଣ୍ଟୁ ମାଝୀ, ପିଙ୍କୁ ବରିହା ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.