oom

ପଦ୍ମପୁର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏବିସିଡି ପକ୍ଷରୁ ନୂଆଁଖାଇ ଉତ୍ସବ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଅବସରରେ ପଦ୍ମପୁରର ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏ.ବି.ସି.ଡି.(ଏସୋସିଏସନ ଅଫ ଦି ବ୍ରୋଡ଼ ମାଇଣ୍ଡେଡ ଫର କମ୍ୟୁନିଟି ଡେଭଲପମେଣ୍ଟ) ଆୟୋଜିତ ବୋଡାସମ୍ବର ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ଗତ ୮ ତାରିଖ ରବିବାର ସନ୍ଧ୍ୟା ୬ ଟାରେ ପଦ୍ମପୁର ସ୍ଥିତ ରାଜବୋଡା ସମ୍ବର ହାଇସ୍କୁଲ ପରିସରରେ ମହାଆଡମ୍ବରରେ ପାଳିତ ହୋଇଯାଇଛି । ପ୍ରଥମେ ଗାଁ ଝାଙ୍କର ସୁରେଶ ଡୁଡୁକାଙ୍କୁ ସଭାପତି ଅନିଲ ବେହେରା ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ଝାଙ୍କର ଦ୍ୱାରା ମାଁ ସମଲେଶ୍ୱରୀଙ୍କ ପୂଜାର୍ଚନା ହୋଇ ପ୍ରାରମ୍ଭିକ ସଂଗୀତ ଏକ ଟଙ୍କିକିଆ ସ୍କୁଲର ଛାତ୍ରୀଙ୍କ ଦ୍ୱାରା ପରିବେଷଣ ହୋଇଥିଲା । ସମ୍ପାଦକ ରଘୁନାଥ ପୁରୀ ତାଙ୍କର ସମ୍ପାଦକୀୟ ପାଠ କରିଥିଲେ । ସଙ୍ଗଠନର ଉପଦେଷ୍ଠା ନାଟ୍ୟକାର କେଶରଞ୍ଜନ ପଧାନ ଓ ନାଟ୍ୟକାର ଅଶୋକ ବହିଦାର ମଞ୍ଚ ପରିଚାଳନା କରିଥିଲେ । ଅଧ୍ୟାପକ ସୁଶାନ୍ତ ମିଶ୍ର ନୂଆଁଖାଇ ବାବଦରେ ଦର୍ଶକଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ପରେ ପରେ ପ୍ରଜ୍ଞାପ୍ରାପ୍ତି ନାଥ ସମଲେଶ୍ୱରୀ ଭଜନ ଗାଇଥିଲେ, ଚାଷୀ ଭୁବନ ନାୟକଙ୍କୁ ଉତ୍କୃଷ୍ଟ ଚାଷୀ ଭାବରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଓ ପୂର୍ବତନ ଅଧ୍ୟାପକ ପତିତପାବନ ସାହୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ଵର୍ଦ୍ଧିତ ଓ ସମ୍ମାନିତ କରିଥିଲେ ଓ ଶ୍ରୀ ସାଂସଦ ତାଙ୍କର ପ୍ରିୟ ଗୀତ ବୁଡ଼ା ଡ଼ଙ୍ଗର ଗୀତ ଗାଇ ଦର୍ଶକ ମଣ୍ଡଳୀଙ୍କ ମନମୋହି ନେଇଥିଲେ । ରଙ୍ଗୋଲି ଝୋଟି ଓ କଣ୍ଠ ସଂଗୀତ ପ୍ରତିଯୋଗୀଙ୍କୁ ନାଟ୍ୟକାର କେଶରଞ୍ଜନ ପଧାନ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରିଥିଲେ । ଚଳିତ ବର୍ଷ ବର୍ଷା ସମୟରେ ପଦ୍ମପୁର ଅଙ୍ଗ ନଦୀରେ ଅତ୍ୟଧିକ ଜଳ ପ୍ରଭାହିତ ଯୋଗୁଁ ନଦୀରେ ଭାସି ଯାଉଥିବା ୨ ଜଣ ବାଳକକୁ ନିଜ ଜୀବନକୁ ବାଜି ଲଗାଇ ନଦୀରୁ ବଞ୍ଚେଇ ଥିବା ସୁଶାନ୍ତ ଭଏଁଶାଲ, ସୋମଶ୍ୱସ୍ତିକ ବରିହା ଓ ୟୋଗେଶ ସାହୁଙ୍କୁ ସାହସିକ ଯୋଗୁ ପଦ୍ମପୁର ଏନଏସିର ପୂର୍ବତନ ନଗରପାଲ ପ୍ରିତମ ମେହେର ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ଵର୍ଦ୍ଧିତ କରିଥିଲେ । ମାଁ ଶାରଳା ଝୁମର, ବୈଷ୍ଣବ ପାଣି ଲୋକନୃତ୍ୟ ସଂଗୀତ, ଶଶୀମନୀ କଲାତ୍ମିକା, କୁରେଫୁଲ ସାଂସ୍କୃତିକ ଅନୁଷ୍ଠାନ, ପଦ୍ମପୁର ସଂଗୀତ ସମିତି ତାଙ୍କର ନୃତ୍ୟ ପରିବେଷଣ କରିଥିଲେ । ପଶ୍ଚିମବଙ୍ଗ ପୁରୁଳିଆ ଛଉ ମହିଷା ମର୍ଦ୍ଧିନୀ ଓ ଜଟଣୀର ଓଡିଶୀ ନୃତ୍ୟ ଦର୍ଶକ ମଣ୍ଡଳୀଙ୍କୁ ମନ ମୁଗ୍ଧ କରି ପାରିଥିଲେ । ପଦ୍ମପୁର ପୋଲିସ ଦ୍ୱାରା ଦିଆଯାଇଥିବା କ୍ଷୀରି ସମସ୍ତ ଦର୍ଶକଙ୍କୁ ବଣ୍ଟା ଯାଇଥିଲା । ନୂଆଁଖାଇ ଭେଟ୍‌ଘାଟ୍‌ର ମଞ୍ଛକୁ ରମେଶ ଗୁର୍ଲା ଓ ଆଶିଷ ବୈକାର ସଜେଇଥିବା ବେଳେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଞ୍ଜନ ପଧାନ ଓ ସୋନାଲିକା ଶବର ପରିଚାଳନା କରିଥିଲେ । ଏ.ବି.ସି.ଡି ସଦସ୍ୟ ସହ ସମ୍ପାଦକ ପ୍ରତାପ ନାଥ, ସମ୍ପଦ ସାହୁ, ଶାନ୍ତ ସଂଗ୍ରାମ ଭୋଇ, ସହଦେବ ମେହେର, ଅମୀୟ ପୁରୋହିତ, ରବୀନ୍ଦ୍ର ଦାଶ, ସୁନୀଲ ଭୋଇ, ଇନ୍ଦ୍ରମଣି ପୁରୋହିତ, ସୁରେଶ ମିଶ୍ର, ସରୋଜ ଦାନି, ସୁଶାନ୍ତ ସରାଫ, ସରୋଜ ଯୋଶୀ, ତୁଷାର ପଧାନ, ଟୁନା ବାରିକ, ଏକ ଟଙ୍କିକିଆ ସ୍କୁଲର ଗୁରୁ ସୁରେନ୍ଦ୍ର ସାହୁ, ବିପିନ, ମନିଷ ରଥ, ଦୀପକ ଦାଶ, ଗୋପବନ୍ଧୁ ଶିକ୍କା, ରାଜେଶ ଗୁର୍ଲା, ଅଶ୍ୱିନୀ ପଟେଲ, ଅଞ୍ଜଳି ପରିଡା ସମସ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ, ଭିଡିଓ ଫୋଟୋ ବିକ୍ରମ ପଧାନ ଓ ଟେଣ୍ଟ ସାଜଶଯ୍ୟା ମଣ୍ଟୁ କରିଥିଲେ । ଶେଷରେ ସଭାପତି ଅନିଲ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.