ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପ୍ରତିଭା ଆବାସିକ ମହାବିଦ୍ୟାଳୟର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ନୂଆଁଖାଇ ଭେଟ୍‌ଘାଟ୍‌ ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛତ୍ରପୁରର ଅଗ୍ରଣୀ ପ୍ରତିଭା ଆବାସିକ ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ବେଶ୍ ଧୁମ୍‌ଧାମ୍‌ରେ ମନାଇଛନ୍ତି । ଅନୁଷ୍ଠାନରେ ଅଧ୍ୟୟନ ନିମନ୍ତେ ଚଳିତ ବର୍ଷ ପ୍ରବେଶ କରିଥିବା ଯୁକ୍ତ ୨ ଶ୍ରେଣୀର ନୂତନ ଛାତ୍ରଛାତ୍ରୀଙ୍କୁ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଭବ୍ୟ-ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା । ଛତ୍ରପୁର ଏନ୍.ଏ.ସି. କଲ୍ୟାଣମଣ୍ଡପ ପରିସରରେ ଅନୁଷ୍ଠିତ ସାଂସ୍କୃତିକ ଭରା କାର୍ଯ୍ୟକ୍ରମ ମଧ୍ୟରେ ଆୟୋଜିତ ଏହି ଆନୁଷ୍ଠାନିକ ସଭାରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ଏବଂ କୃତ୍ତି ପ୍ରତିଭାଶାଳୀ ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ ପ୍ରତିଭା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନୃତ୍ୟ ସଙ୍ଗୀତ ପରିବେଷଣ କରି ଦର୍ଶକ ମହଲରେ ପ୍ରସସଂଶିତ ହେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ପୂର୍ବତନ ଛାତ୍ର ତଥା ପୁରୀ ସଦର ମହକୁମାରେ ତହସିଲଦାର ଭାବେ ଅବସ୍ଥାପିତ ହିମାଂଶୁ ଭୂଷଣ ପଲେଇଙ୍କୁ ମଞ୍ଚରେ ସମ୍ୱର୍ଦ୍ଧିତ କରାଯାଇଛି । ଶ୍ରୀ ପଲେଇ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଦ୍ୟାର୍ଥୀଙ୍କୁ ଅନେକ ଦିଗଦର୍ଶନ ଦେଇ ଛାତ୍ରଛାତ୍ରୀଙ୍କ ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଅନୁଷ୍ଠାନର ଉଦ୍ୟକ୍ରା ତଥା ଅଧ୍ୟକ୍ଷ ଚିନ୍ମୟ କୁମାର ଦାଶ ଅନୁଷ୍ଠାନର ଆଭିମୁଖ୍ୟ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସ୍ୱେଚ୍ଛାସେବୀ ଅରୁଣ କୁମାର ଶତପଥୀ ଧନ୍ୟବାଦ୍ ଜଣାଇଥିଲେ । ପ୍ରକାଶ ଥାଉକି, ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଅବସ୍ଥାପିତ ୨୦୧୦ ମସିହାରେ ପ୍ରତିଷ୍ଠିତ ପ୍ରତିଭା ଆବାସିକ ମହାବିଦ୍ୟାଳୟ ଏବେ ଉନ୍ନୀତ ଓ ମାର୍ଜିତ ସ୍ତରରେ ପହଞ୍ଚିଥିବା ବେଳେ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ରାଜ୍ୟ ଓ ରାଜ୍ୟ ବାହାରେ ଏବଂ ଆନ୍ତର୍ଜାତୀୟସ୍ତରରେ ନିୟୋଜିତ ହୋଇ ଛତ୍ରପୁର ସହରର ଗୌରବ ହାସଲ କରିଆସିଥିବା ନେଇ ଏହି ଅନୁଷ୍ଠାନ ଅନେକ ପ୍ରସଂଶନୀୟ ବାର୍ତ୍ତା ବହନ କରିଆସିଛି ।

Leave A Reply

Your email address will not be published.