ସି. ପି. ଆଇ. ଏମ୍.ର ମହା ଅଧିବେଶନ ଏପ୍ରିଲରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସି. ପି. ଆଇ. ଏମ୍.ର ପାର୍ଟି କଂଗ୍ରେସ ବା ଜାତୀୟ ମହାଧିବେଶନ ଆସନ୍ତା ୨ରୁ ୬ ଏପ୍ରିଲ ୨୦୨୫ ତାମିଲନାଡୁର ମଦୁରାଇ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ମହାଧିବେଶନ ପୂର୍ବରୁ ପାର୍ଟିର ସମସ୍ତ ୟୁନିଟ୍‌ ବା ଶାଖା କମିଟି ଠାରୁ, ଆଂଚଳିକ କମିଟି, ଜିଲ୍ଲା କମିଟି ଓ ରାଜ୍ୟ କମିଟି ମାନଙ୍କ ସମ୍ମୀଳନୀ ସଂଗଠିତ କରି ନୂତନ କମିଟି ସହିତ ନେତୃତ୍ୱ ନିର୍ବାଚନ କରାଯିବ । ରାଉରକେଲା ଆଂଚଳିକ କମିଟି ଅଧିନରେ ଥିବା ୧୭ଟି ଶାଖା ମଧ୍ୟରୁ ଆଜି ଷ୍ଟିଲ୍‌ ଓ ସେକ୍ଟର -୧୬ ଶାଖାର ସାଂଗଠନିକ ସମ୍ମିଳନୀ ସେକ୍ଟର – ୧୬ ଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀ ପ୍ରାରମ୍ଭରେ ପାର୍ଟିର ଲାଲ ପତାକା ଉତ୍ତୋଳନ କରିଥିଲେ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ବିଷ୍ଣୁ ମହାନ୍ତି ଓ ସମ୍ମିଳନୀକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ ଯେ, ସି. ପି. ଆଇ. ଏମ୍ ତାର ଗଠନ ହେବା ଦିନଠାରୁ ସାଲିସହୀନ ଭାବେ ସାଧାରଣ ଲୋକ, ଶ୍ରମିକ, କୃଷକ ଓ ଖଟିଖିଆ ମେହେନତୀ ଜନଗଣଙ୍କ ସମସ୍ୟାରେ ନିଜକୁ ସାମିଲ କରିଛି । ଦେଶ ସ୍ଵାଧୀନତା ପୂର୍ବରୁ ଓ ସ୍ଵାଧୀନତା ପରେ ସି. ପି. ଆଇ. ଏମ୍ ନିରବଚ୍ଛିନ୍ନ ଭାବରେ ଓ ସରକାରଙ୍କ ଜନ ବିରୋଧୀ ନୀତି ଜଗତୀକରଣ, ଉଦାରୀକରଣ ଓ ଘରୋଇକରଣ ନୀତି ହେଉ କିମ୍ବା ସାଂପ୍ରଦାୟିକ ଓ ସାମ୍ରାଜ୍ୟବାଦ ବିରୋଧୀ ସଂଗ୍ରାମରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି । ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ପ୍ରତାରଣା ବିରୁଦ୍ଧରେ ଐକ୍ୟବଦ୍ଧ ସଂଗ୍ରାମ ପାଇଁ ସେ ଆହ୍ୱାନ କରିଥିଲେ । ଏହି ସମ୍ମିଳନୀରେ ସି. ପି. ଆଇ. ଏମ୍ ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ ରାଜ୍ୟ କମିଟି ଜାରୀ କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ ଶାଖା ସମ୍ମିଳନୀ ପରିଚାଳନା ଓ ରିପୋର୍ଟ ଓ ଜନଗଣଙ୍କ ସହିତ ସାମିଲ ହୋଇ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟତର ହେବାକୁ ଆହ୍ୱାନ କରିଥିଲେ । ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ଶ୍ରୀମନ୍ତ ବେହେରା, ଜିଲ୍ଲା କମିଟି ସଦସ୍ୟ ବି. ପି. ମହାପାତ୍ର, ବସନ୍ତ ନାୟକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଆଗାମୀ ୩ ବର୍ଷ ପାଇଁ ନୂତନ ଶାଖା ସଂପାଦକ ନିର୍ବାଚନ କରାଯାଇଥିଲା । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଷ୍ଟିଲ୍‌ ଶାଖାର ସଂପାଦକ ସୁରେନ୍ଦ୍ର ମହାନ୍ତି ଓ ସେକ୍ଟର – ୧୬ ଶାଖାର ସଂପାଦକ ଲକ୍ଷ୍ମୀଧର ନାୟକ ମିଳିତଭାବେ ସଭାପତିତ୍ୱରେ ଷ୍ଟିଲ୍‌ ଶାଖା ନେତା ଏନ୍. ଏନ୍. ପାଣିଗ୍ରାହୀ, ରତ୍ନାକର ନାୟକ, କୁଳମଣି ରାଉତ, ସଚିନ୍ ରାୟ, ବାସୁଦେବ ସାହୁ ଓ ସେକ୍ଟର ୧୬ ଶାଖା ପକ୍ଷରୁ ବିଶ୍ଵଜିତ ମାଝୀ, ପ୍ରଭାତ ମହାନ୍ତି, ଜି. କେ. ନାୟକ, ସୁରେନ୍ଦ୍ର ବେହେରା, ବୁବୁନ ମାଇତି, ହିତେଶ ମଲ୍ଲିକ, କୁନ୍ଦନ ବେହେରା, ଆଦିତ୍ୟ ନାୟକ, ଲଳିତା ରଜକ ପ୍ରମୁଖ ସମ୍ମିଳନୀରେ ସଂପାଦକଙ୍କ ଉପସ୍ଥାପିତ ସାଂଗଠନିକ ରିପୋର୍ଟ ଉପରେ ଆଲୋଚନା କରିଥିଲେ । ଶେଷରେ ଏକ ସାଧାରଣ ସଭା ଆମ୍ବାଗାନ ଛକ ଠାରେ ନବନିର୍ବାଚିତ ସେକ୍ଟର-୧୬ ଶାଖା ସଂପାଦକ ଲକ୍ଷ୍ମୀଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଆଗାମୀ ଅକ୍ଟୋବର ୨୭ ତାରିଖ ଦିନ ପାର୍ଟିର ରାଉରକେଲା ଆଂଚଳିକ କମିଟି ସମ୍ମୀଳନୀ, ନଭେମ୍ବର ମାସରେ ପାର୍ଟିର ଜିଲ୍ଲା ସମ୍ମିଳନୀ ଓ ଡିସେମ୍ବର ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ପାର୍ଟିର ରାଜ୍ୟ ସମ୍ମିଳନୀ କଟକ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ଏକ ପ୍ରେସ ବିବୃତିରେ ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ ଜଣାଇଛନ୍ତି ।

Leave A Reply

Your email address will not be published.