ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ ତରଫରୁ ୭୮ତମ ସ୍ଵାଧୀନତା ଦିବସ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ତରଫରୁ ୭୮ତମ ସ୍ଵାଧୀନତା ଦିବସ ଆସୋସିଏସନ୍‌ର ଅସ୍ଥାୟୀ କାର୍ଯ୍ୟାଳୟଠାରେ ଗୁରୁବାର ପାଳିତ ହୋଇଯାଇଛି । ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଦୁର୍ଗାନନ୍ଦ ମହାକୁର ମୁଖ୍ୟ ଅତିଥି ରୂପେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ଆମକୁ ସେହି କଷ୍ଟଲବଧ ସ୍ୱାଧୀନତା ଆଣିଦେଇଥିବା ମହାମନିଶିମାନଙ୍କୁ ସ୍ମରଣ କରିଥିଲେ । ଏହାପରେ ମୁରିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଏଥିରେ କାର୍ଯ୍ୟକାରୀ ସଭାପତି ଖଗେଶ୍ୱର ସାହୁ, ଉପସଭାପତି ଗିରିଧାରୀ ସାହୁ, ପ୍ରେମାନନ୍ଦ ତାଣ୍ଡି, ସାଧାରଣ ସମ୍ପାଦକ ଜୟନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ନବୀନ କୁମାର ତାଣ୍ଡି, ସହସମ୍ପାଦକ ମୋତିଲାଲ ତାଣ୍ଡି, ପାର୍ଥରାଜ ଲୁହା, ହୃଦାନନ୍ଦ ବାଗ, ଚୁଡ଼ାମଣି ମହାକୁର, ସୁବାସ ଚନ୍ଦ୍ର ମାଝୀ, ସୁମନ୍ତ ମହାଲିଙ୍ଗ ଓ ସୁଦାମ ମହାକୁର ଉପସ୍ଥିତ ରହିଥିଲେ । ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଡ. ଭଗବାନ ମହାନ୍ତି, ଅନ୍ତିମ କୁମାର ପାଣିଗ୍ରାହୀ ଓ ବନବିହାରୀ ଯୋଶୀ ତଥା ଆଇନ ପରାମର୍ଶଦାତା ବରିଷ୍ଠ ଆଇନଜିବି ଗୋପୀନାଥ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଆସୋସିଏସନ୍‌ର କୋଷାଧ୍ୟକ୍ଷ ନବୀନ କୁମାର ତାଣ୍ଡି କାର୍ଯ୍ୟକ୍ରମ ସଂଯୋଜନା ଓ ଧନ୍ୟବାଦ୍ ଦେଇଥିଲେ ।

Leave A Reply

Your email address will not be published.