ମାଧିଆପାଲି ଗ୍ରୀଡ୍‌ରେ ୭୮ତମ ସ୍ଵାଧୀନତା ଦିବସ ପାଳିତ

ମାଧିଆପାଲି, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ମାଧିଆପାଲି ୧୧/୩୩ ଗ୍ରୀଡ୍‌ରେ ଟିପିଡବ୍ଲୁଓଡିଏଲ୍ ଆର୍‌ଇସି ସେକ୍ସନ୍ ପକ୍ଷରୁ ୭୮ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ସକାଲ ୮ଟାରେ ଜାତୀୟ ସଂଗୀତ ସହିତ ସେକ୍ସନ୍ ଅଫିସର ରିଆଜୁଲ ହକ୍ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ କମର୍ସିଆଲ୍‌ ଜେଇ ମନୋଜ ପାତ୍ର, ଇଏସ୍‌ଓ ତାପସ ବାରିକ, ଲାଇନ୍‌ମ୍ୟାନ୍‌ ପବିତ୍ର ଖୁଣ୍ଟିଆ, ଶିବପ୍ରସାଦ ମିସ୍ତ୍ରୀ, ସୁନିଲ୍ ବାରିକ, ରମେଶ ସାହୁ, କୃତି ପଧାନ, ସୁପର୍‌ଭାଇଜର୍‌ ଗୋପୀକାନ୍ତ ବେହେରା, ପିତାମ୍ବର ଚନ୍ଦନ, ରୁତୁରାଜ ପଧାନ, ପ୍ରିୟନାଥ ଦଣ୍ଡସେନା, ଦିଲ୍ଲୀପ, ବ୍ୟାସ, ପ୍ରଶାନ୍ତ, ପାଣ୍ଡବ, କୁନା, ସଲିଲ, ସୁଜ୍ଞାନ, ଅମରେନ୍ଦ୍ର, ମିକୁ, ନିରାକାର, ବ୍ରଜ, ଦିଲ୍ଲୀପ, ରମା, ଜ୍ୟୋତି, ଆଶିଷ, ପିଣ୍ଟୁ, ବିମ୍ବାଧର, ପ୍ରଶନ୍ନ, ବାବୁଲାଲ, ରାଘବ, ମିଥୁନ ପ୍ରମୁଖ ଉପସ୍ଥିତ ରହିଥିଲେ । ପରେ ପରେ ଏସ୍‌ଡିଓ ସୁନିଲ କୁମାର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ମନୋଜ କୁମାର ପାତ୍ର ଏଓସି ଆର୍‌ଇସି, ରୁଦ୍ର ଚରଣ ମହାନ୍ତି ଆର୍. ସି. ଏମ୍. ଅଫିସର, ଶୈଲେଶ ନାଏକ ଏଓସି ଚୁଡାପାଲି, ଅରବିନ୍ଦ କାକଡେ ଟିସି ଆର୍. ଇ. ଏମ୍, ରିଆଜୁଲ ହକ୍ ଇଏସ୍‌ଓଆର୍‌ଇସି ପ୍ରମୁଖ ଯୋଗଦେଇ ସେକ୍ସନର ନିୟମିତ ଅନ୍‌ଲାଇନ୍‌ ବିଲ୍ ଦେୟ କରୁଥିବାରୁ ବିଦ୍ୟୁତ୍‌ ଗ୍ରାହକ ମାନଙ୍କୁ ନେଇ ଏକ ପୁରସ୍କାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ଅନି ନାଏକ, ବରକାନି, ଡୋଲାମଣି ଗଡତ୍ୟା, ଆର୍‌ଆର୍ କଲୋନୀ, ଚକ୍ରଧର ଗଡତ୍ୟା, ଜଟିପାଲିଙ୍କୁ ଯଥାକ୍ରମେ ମୋବାଇଲ, ରେଡିଓ ଏବଂ ଘରକରଣା ସାମଗ୍ରୀ ଅତିଥି ମାନଙ୍କ ଦ୍ଵାରା ଗ୍ରାହକ ମାନଙ୍କୁ ଉପହାର ସ୍ୱରୂପ ଦିଆଯାଇଥିଲା ।

Leave A Reply

Your email address will not be published.