ମୁରିବାହାଲ ବ୍ଲକ ଅଞ୍ଚଳରେ ୭୮ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ସବୁଠାରେ ୭୮ତମ ସ୍ଵାଧୀନତା ଦିବସ ମହାସମାରୋହର ସହ ପାଳିତ ହୋଇଯାଇଛି । ନିଜ ନିଜ କାର୍ଯ୍ୟାଲୟରେ ଦିବସକୁ ପାଳନ କରିବା ପରେ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ସ୍ଥାନୀୟ ପଞ୍ଚାୟତି ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିଲା । ମୁରିବାହାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ହରିବନ୍ଧୁ ମେହେର ମୁଖ୍ୟଅତିଥି ରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମବେତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ । ଏଥିରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ, ବିଡିଓ ପୂର୍ଣ୍ଣାନନ୍ଦ ପଟେଲ, ତହସିଲଦାର ଜଗଦୀଶ କର୍ତାମୀ, ଥାନା ଆଇଆଇସି ସିପୋରା ସରାୟ ଲୁଗୁନ, ବିଇଓ ଶାନ୍ତନୁ କୁମାର ପଢ଼ିହାରୀ, ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି, ଅତିରିକ୍ତ ତହସିଲଦାର ଖଦାଳ ପାତ୍ର, ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକ, ଯୁକ୍ତ ୨ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦ, ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ପୀତାମ୍ବର ବେଶ୍ରା, ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁନୀଲ କୁମାର ପାତ୍ର, ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ପତ୍ରାପାଲି(କ) ସମିତି ସଭ୍ୟ ସନ୍ନ୍ୟାସୀ ପୁଟେଲ, ଜିପିଇଓ ଗଙ୍ଗାଧର ଛତର, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ଭାରପ୍ରାପ୍ତ ସିଡ଼ିପିଓ କୁନି ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମୁରିବାହାଲ ବ୍ଲକ ବିକାଶ ମଞ୍ଚ ପକ୍ଷରୁ ସଭାପତି ଫାଲଗୁନି ହାତୀ ଓ ସମ୍ପାଦକ ଥବିର ସାଙ୍କ ନେତୃତ୍ୱରେ ଚିତ୍ତାକର୍ଷକ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ କରାଯାଇଥିଲା । ଏହି ଅବସରରେ ସମଗ୍ର ବ୍ଲକ ଅଞ୍ଚଳରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପ୍ୟାରେଡ୍‌ ପରିଚାଳନାରେ ଖେଳ ଶିକ୍ଷକ ସ୍ୱାଗତ ମେହେର, ଶରତ ଚନ୍ଦ୍ର ପଧାନ, ରାଧେକୃଷ୍ଣ ବଘାର, ଝସକେତନ ରାଜହଂସ ଓ ଜୀତେନ୍ଦ୍ର ସୁନା ସହଯୋଗ କରିଥିଲେ । ବିଚାରକଙ୍କ ଦ୍ଵାରା ପ୍ୟାରେଡ୍‌ରେ ଶ୍ରେଷ୍ଠ ବିବେଚିତ ବିଦ୍ୟାଳୟଗୁଡ଼ିକୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବ୍ଲକ ବିଏସ୍‌ଏସ୍‌ଓ ରିଙ୍କୁ ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଥା ଓଏଲ୍ଏମ୍‌ ବିପିଏମ୍ ଡ. ଗୋପାଳକୃଷ୍ଣ ଦୀପଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିପି ରଞ୍ଜିତ ପଟେଲ, ବିପିସି ରବୀନ୍ଦ୍ର ବେହେରା, ବ୍ଲକ ଡ଼ବ୍ଲୁଇଓ ଭୀମରାମ ମାଝୀ, ବିଆର୍‌ସି ଶ୍ରୀକାନ୍ତ ଜେନା, ଜେଆର୍‌ଏ ଝସକେତନ ତାଣ୍ଡି, ଯୋଜନା ସହାୟକ ରାଜ ସିଂ ବାବୁ, ସୌମ୍ୟରଞ୍ଜନ ଦେହୁରୀ, ରୂପେଶ ସାଣ୍ଡଙ୍କ ସହ ବ୍ଲକର ସମସ୍ତ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ଶିକ୍ଷକ, ଶିକ୍ଷୟିତ୍ରୀ, ପୋଲିସ, ସ୍ଵାସ୍ଥ୍ୟ ବିଭାଗ ଓ ଓଏଲ୍‌ଏମ୍‌ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ବିପିଏମ୍‌ ଡ. ଦୀପ ଧନ୍ୟବାଦ ଦେଇଥିଲେ । ଏହା ପୂର୍ବରୁ ବ୍ଲକ ଅଞ୍ଚଳର ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜରେ ସଂପୃକ୍ତ ଅନୁଷ୍ଠାନର ମୁଖ୍ୟଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ସେହିପରି ବ୍ଲକ ଅଞ୍ଚଳର ସମସ୍ତ ୨୨ଟି ପଞ୍ଚାୟତରେ ସଂପୃକ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପିଇଓ, ଜିଆର୍‌ଏସ୍‌, ଯୋଗାଣ ସହାୟକ, ଜିଓ ଟେଗ, ୱାର୍ଡ ସଭ୍ୟସଭ୍ୟା, ଏମ୍‌ବିକେ, ସିଆର୍‌ପି ପ୍ରମୁଖ ନିଜ ନିଜ ପଞ୍ଚାୟତ କାର୍ଯ୍ୟାଳୟରେ ୭୮ତମ ସ୍ଵାଧୀନତା ଦିବସକୁ ଅତି ଜାକଜମକର ସହ ପାଳନ କରିଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.