ବଲାଙ୍ଗିର ପବ୍ଲିକ୍ ସ୍କୁଲ୍‌ରେ ୭୮ ତମ ସ୍ୱାଧୀନତା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ପରିସରରେ ୭୮ତମ ସ୍ୱାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ସତିଶ୍ ପ୍ରଧାନ ଛାତ୍ରଛାତ୍ରୀ ମାନଙ୍କୁ ଦେଶପ୍ରେମୀ ହେବା ପାଇଁ ଉଦ୍‌ବୋଧନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର କୋଷାଧ୍ୟକ୍ଷ ଆଲୋକ ବେଦବାକ୍, ସଭ୍ୟ ବାଦଲ୍ ମହାକୁର୍, ଶିରିଶ ଚନ୍ଦ୍ର ହୋତା ଯୋଗ ଦେଇଥିଲେ । ବରିଷ୍ଠ ଶିକ୍ଷକ ହରେକୃଷ୍ଣ ନାୟକ ତାଙ୍କର ସ୍ୱରଚିତ କବିତା ‘ତ୍ରିରଙ୍ଗା’ ପାଠ କରିଥିବାବେଳେ ଛାତ୍ରୀ ସିଦ୍ଧି ଚକ୍ର ଦେଶାତ୍ମବୋଧ ଗୀତ ଗାନ କରିଥିଲେ । ବିଦ୍ୟାଳୟର ଉପାଧ୍ୟକ୍ଷ ଦିପକ ବରାଡ଼ ଓ ଉପାଧ୍ୟକ୍ଷା ଶ୍ରୀମତି ମମିତା ବେହେରା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷିକା ଏବଂ ସମସ୍ତ କର୍ମଚାରୀଙ୍କ ସହିତ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.