୭୮ତମ ସ୍ୱାଧିନତା ଦିବସ ପାଳିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନ୍‌ଏସି ସ୍ତରୀୟ ୭୮ତମ ସ୍ୱାଧିନତା ଦିବସ ମହା ଆଡମ୍ୱର୍ ସହ ପାଳିତ ହୋଇଛି । ସ୍ଥାନୀୟ ରେଳ ୱେ ଫୁଟବଲ ପଡ଼ିଆରେ ଅନୁଷ୍ଠିତ ସାଧାରଣ ଜାତୀୟ ପତାକା ଉତ୍ତୋଳନରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥିତି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଶ୍ରୀ ବାଗ ପତାକା ଉତ୍ତୋଳନ ପରେ ସହରର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ କଲେଜର ୩୬ଗୋଟି ଗ୍ରୁପର ଅଭିବାଦନ ଗ୍ରହଣ କରିଥିଲେ । ପ୍ୟାରେଡ୍‌ରେ ଅଂଶ ଗ୍ରହଣ କରିଥିବା ସ୍କୁଲ କଲେଜକୁ ୩ଟି ଦଳରେ ଭାଗ କରାଯାଇ ପ୍ରତୋୟୋକ ଦଳକୁ ପ୍ରଥମ ଦ୍ଵିତୀୟ, ତୃତୀୟ ହୋଇଥିବା ସ୍କୁଲକୁ ଏବଂ ସାଂସ୍କୃତିକ ଦଳକୁ ମଧ୍ୟ ବିଧାୟକ ବାଗ ପୁରସ୍କୃତ କରିଥିଲେ । ଏହି ଦିବସ ପାଳନରେ ଏନ୍‌ଏସି ନଗରପାଲ ବାରୀୟମ୍ ସିଂହ ସାଲୁଜା ଉପ ନଗର ପାଲ ମନୋରମ ରାଉତ ଓ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ସମ୍ମାନିତ ଅତିଥିରୂପେ ମଞ୍ଚସୀନ ଥିଲେ । କାର୍ଯ୍ୟକ୍ରମରେ ମାଷ୍ଟର ଇନ୍ ଚିଫ ଜିତେନ୍ଦ୍ର ସୁନା, ଅମରେନ୍ଦ୍ର ବାଗ, ଦିନେଶ ମହାନନ୍ଦ ସହ ସମସ୍ତ ବିଦ୍ୟାଳୟ ମହାବିଦ୍ୟାଳୟ ଏନ୍‌ଏସି କର୍ମଚାରୀ ସହଯୋଗ କରିଥିଲେ । କଣ୍ଟାବାଞ୍ଜି ପୋଲିସ ଏସ୍‌ଡିପିଓ ଗୌରାଙ୍ଗ ଚରଣ ସାହୁ ଆଇଆଇସି ରଶ୍ମିତା ବେହେରା ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ କରିଥିଲେ ।

Leave A Reply

Your email address will not be published.