oom

ଜିଲ୍ଲାରେ ଅନୁଷ୍ଠିତ ହେଲା ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧୀକରଣଙ୍କ ନିର୍ଦ୍ଦେଶରେ ବଲାଙ୍ଗିର ଜିଲ୍ଲା ସମେତ ଜିଲ୍ଲାରେ ଥିବା ସମସ୍ତ ତାଲୁକ୍‌ ସ୍ତରରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ଏହି ଲୋକ ଅଦାଲତରେ ସମୁଦାୟ ୩୧ଟି ଦେୱାନୀ ମାମଲାର ଫଇସଲା ହୋଇଥିଲା । ୧୬ଟି ବ୍ୟାଙ୍କ ମାମଲାର ଫଇସଲା ହୋଇ ୪୧,୧୫, ୫୪୨/- ଟଙ୍କା ଆଦାୟ ହୋଇଥିଲା । ୭ଟି ମଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ ୨୬, ୪୫,୦୦୦/- ଟଙ୍କା କ୍ଷତିପୁରଣ, ୩୦୭ଟି ଫୌଜଦାରୀ ମାମଲାରେ ୧୬, ୫୫, ୩୦୭/- ଟଙ୍କା ଜୋରିମାନା, ୨୬୮ ପ୍ରାକ୍‌ ମକୋଦ୍ଦମାରେ ୯୦, ୧୪, ୧୯୧/- ଟଙ୍କା ଆଦାୟ ହୋଇଥିଲା । ୧୬ଟି ପାରିବାରିକ ଏବଂ ୫୦୧୩ଟି ରାଜସ୍ୱ ମାମଲାର ବିଚାର କରାଯାଇଥିଲା । ଏହି ଲୋକ ଅଦାଲରେ ଜିଲ୍ଲା ନ୍ୟାୟାଧୀଶ ଡ. ପବିତ୍ର ମୋହନ ସାମଲ, ଫ୍ୟାମିଲି କୋର୍ଟ ଜଜ୍‌ ବିକ୍ରମ କେଶରୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଜଜ୍‌ ହିମାଂଶୁ ଶେଖର ସିଂ, ଅତିରିକ୍ତ ଜିଲ୍ଲା ଜଜ୍‌ ପ୍ରିୟ ରଞ୍ଜନ ମିଶ୍ର, ସିଭିଲ ଜଜ୍‌ (ବରିଷ୍ଠ) ଜ୍ୟୋତିରଞ୍ଜନ ଦାଶ, ସିଭିଲ ଜଜ୍‌ (ବରିଷ୍ଠ) ଜନ୍ମେଜୟ ପଟେଲ, ଅତିରିକ୍ତ ସିଭିଲ ଜଜ୍‌ (ବରିଷ୍ଠ) ଶ୍ରୀମତୀ ଅର୍ଣ୍ଣପୂର୍ଣ୍ଣା ଷଡଙ୍ଗୀ, ସିଭିଲ ଜଜ୍‌ (କନିଷ୍ଠ) ସୁମିତ କୁମାର ପାଣିଗ୍ରାହୀ, ଏସ୍‌ଡିଜେଏମ୍‌ ମନୋଜ ମହାନ୍ତି, ଜେଏମ୍‌ଏଫସି ପ୍ରକାଶ କୁମାର କର, ଜେଏମ୍‌ଏଫସି ଶ୍ରୀମତୀ ଲକ୍ଷ୍ମୀ ବେହେରା, ପବ୍ଲିକ ପ୍ରୋସିକ୍ୟୁଟର୍‌ ଓ ସମସ୍ତ ଓକିଲମାନେ ଉପସ୍ଥିତ ଥିଲେ । ଏହା ସହ ଜିଲ୍ଲାର ବିଭିନ୍ନ ଅଧିକାରୀ ମାନେ ଲୋକ ଅଦାଲତରେ ଭାଗ ନେଇଥିଲେ ।

jittmm
Leave A Reply

Your email address will not be published.