ଅକ୍ଷୟ ତୃତୀୟାରେ ଗାୟତ୍ରୀ ପରିବାର ପକ୍ଷରୁ ଅନ୍ନଛତ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଅକ୍ଷୟ ତୃତୀୟା ଅବସରରେ ବଲାଙ୍ଗିର ଗାୟତ୍ରୀ ପରିବାର ତରଫରୁ ସ୍ଥାନୀୟ ଗାୟତ୍ରୀ ଶକ୍ତିପୀଠ ଗୋପାଳଜୀଉ ମନ୍ଦିର ଆଗରେ ଅନ୍ନଛତ୍ର ଦିନ ୧୨ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ସଂଯୋଜକ ସତ୍ୟନାରାୟଣ ଗୁପ୍ତା ଅନ୍ନଛତ୍ରକୁ ଗାୟତ୍ରୀ ମାତାଙ୍କୁ ଭୋଗ ଲଗାଇ ଶୁଭାରମ୍ଭ କରିଥିଲେ । ଗାୟତ୍ରୀ ପରିବାର ଭାଇଭଉଣୀଙ୍କ ପ୍ରତ୍ୟକ୍ଷ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଗାମୀ ୨୩ ତାରିଖରେ ଜିଲ୍ଲାରେ ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଦ୍ଵାରା ଗୃହେ ଗୃହେ ଗାୟତ୍ରୀ ଯଜ୍ଞ ଅନୁଷ୍ଠାନ କରାଯିବା ସହ ପରିଜନ ଭଉଣୀମାନଙ୍କୁ ସକ୍ରିୟ ଭାବରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.