oom

ବଲାଙ୍ଗିରରେ ବ୍ରାହ୍ମଣ ସମାଜ ପକ୍ଷରୁ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ପାଳିତ : ସହରରେ ବିଶାଳ ଶୋଭାଯାତ୍ରା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶୁକ୍ରବାର ଦିନ ଭଗବାନ ପର୍ଶୁରାମଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସକାଳେ ପ୍ରଥମେ ଭଗବାନ ପର୍ଶୁରାମଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ସଂଧ୍ୟାରେ ସ୍ଥାନୀୟ ନରସିଂହ ମନ୍ଦିରଠାରୁ ହଜାର ସଂଖ୍ୟାରେ ବ୍ରାହ୍ମଣ ପୁରୁଷ/ମହିଳା ସହରରେ ଶୋଭାଯାତ୍ରା କରିଥିଲେ । ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ସମାଜର ସଭାପତି ଧନଞ୍ଜୟ ମିଶ୍ର, ନଗର ସଭାପତି ନରେନ୍ଦ୍ର ଆଚାର୍ଯ୍ୟ, ସୁଧିର ଆଚାର୍ଯ୍ୟ, କିଶୋର ପୁରୋହିତଙ୍କ ନେତୃତ୍ୱରେ ହଜାର ସଂଖ୍ୟାରେ ବ୍ରାହ୍ମଣ ପୁରୁଷ/ମହିଳା ଶୋଭାଯାତ୍ରାରେ ବାହାରି ଦୁର୍ଗାମନ୍ଦିର ଛକ, ପାଟଣେଶ୍ୱରୀ ମନ୍ଦିର, ସମଲେଶ୍ୱରୀ ମନ୍ଦିର, ଦୈନିକ ବଜାର, ବିକ୍ରମ ଛକ, ପିପି ଏକାଡେମୀ ଛକ, ରୁଗୁଡିପଡା ଛକ, କଚେରୀ ଛକ ଦେଇ ପୁଣି ନରସିଂହ ମନ୍ଦିରକୁ ପହଞ୍ଚିଥିଲେ । ବାଜାଗଜା ସହିତ ବ୍ରାହ୍ମଣ ଯୁବକ ମାନଙ୍କ ପର୍ଶୁଖେଳ ବେଶ ଆକର୍ଷଣୀୟ ହୋଇଥିଲା । ଭଗବାନ ପର୍ଶୁରାମ କି ଜୟ ଧ୍ୱନିରେ ସହର କମ୍ପି ଉଠିଥିଲା । ଏହି କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ, ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର, ଭାଜପା ନେତା ଗୋପାଳଜୀ ପାଣିଗ୍ରାହୀ ମଧ୍ୟ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରାହ୍ମଣ ସମାଜର ଡ. ଶ୍ରୀକର ମିଶ୍ର, ପ୍ରଭାକର ମିଶ୍ର, ସୁଧିର ଚାନ୍ଦ, ପର୍ଶୁରାମ ନାୟକ, ଗୋପବନ୍ଧୁ ଶତପଥି, ଜୟରାମ ମିଶ୍ର, କିଶୋର ରଥ, ଆର୍ତ୍ତତ୍ରାଣ ଯୋଷୀ, ଲାଲମୋହନ ପଣ୍ଡା, ବିଶ୍ୱମୟ ପୂଜାହାରୀ, ଅଶୋକ ତ୍ରିପାଠୀ, କମ୍ବୁପାଣି ପୂଜାହାରୀ, ସଂକୀର୍ତ୍ତନ ତ୍ରିପାଠୀ, ଅଚ୍ୟୁତ ପୁରୋହିତ, ଆକାଶ ପଣ୍ଡା, ମୂରଲୀଧାରୀ ପତି, ନୀମା ପାଢୀ, ପିଣ୍ଟୁ ପୁରୋହିତ, ପ୍ରବୀଣ ପଣ୍ଡା, ସାନନ୍ଦ ମିଶ୍ର, ସୁଭାଶ ନନ୍ଦ, ସୁନିଲ ମିଶ୍ର, କାହ୍ନା ଶତପଥି, ସଂଜୟ ଷଢଙ୍ଗୀ, ପବିତ୍ର କୁମାର ଦାସ, ସୌମ୍ୟରଂଜନ ମିଶ୍ର ପ୍ରମୁଖଙ୍କ ସହ ହଜାର ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.