ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ପାଳିତ

  • ଦକ୍ଷିଣ ଓଡ଼ିଶା ଲୋକ-ସଂସ୍କୃତି ସମ୍ମାନରେ ଦୁଇଜଣ ଗଞ୍ଜାମ ଲୋକନୃତ୍ୟ କଳାକାରଙ୍କୁ ସମ୍ମାନିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବର୍ଣ୍ଣାଢ଼୍ୟ ସମାରୋହରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି । ସୁରମ୍ୟ ଗୋପାଳପୁର ବେଳାଭୂମି ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଶୋଭାରେ ବିଦ୍ଭବଶାଳୀ ହୋଇଥିବା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଆବଶ୍ୟକ ଭିତ୍ତଭୂମି ରହିଥିବା ନେଇ ଆଜି ଓଡ଼ିଶାର ଦ୍ୱିତୀୟତମ ସ୍ଥାନରେ ପରିଗଣିତ ହୋଇପାରିଛି । ଯାହାକି ଶିକ୍ଷା, ସଂସ୍କୃତି, ବିଜ୍ଞାନ, ବାଣିଜ୍ୟ, ବୈଷୟିକ-ଶିକ୍ଷା ଆଦି ସବୁ କ୍ଷେତ୍ରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସୁନାମ ଆଣିଛି । ଆଗାମୀ ଦିନରେ ଓଡିଶାର ୧ ନମ୍ୱର ସ୍ଥାନରେ ସ୍ଥାନିତ ହେବ । ସେ ଦିଗରେ ପ୍ରୟାସ ଜାରୀ ରହିଛି । ନିଶ୍ଚିତ ଭାବେ ଆମର ଏହି ପ୍ରୟାସ ସଫଳ ହେବ । ଏଥିରେ ନିଃସନ୍ଦେହ ବୋଲି କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ମତବ୍ୟକ୍ତ କରିଛନ୍ତି । ମୁଖ୍ୟ ଅତିଥି ବିଖ୍ୟାତ କବି ହରପ୍ରସାଦ ଦାସଙ୍କୁ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ସମ୍ମାନରେ ସମ୍ମାନିତ କରାଯାଇଥିବା ସାଂଗକୁ କମାକ୍ଷୀ ପ୍ରାସାଦ ଦାସ, ବିପିନ୍ ମହାପାତ୍ର ଏବଂ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପୂର୍ବତନ ଛାତ୍ରୀ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ଶିକତା ଦାସଙ୍କୁ ଉପଢୌକନ ଦେଇ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଛି । ସେହିପରି ୧୦୬ ବର୍ଷ ବୟସ୍କ ବର୍ଷିୟାନ କଳାକାର କୃଷ୍ଣଲୀଳା ଗୁରୁ ଗୋପୀନାଥ ସ୍ୱାଇଁଙ୍କୁ ଏବଂ ବର୍ଷିୟାନ କଳାକାର ଗାହାଣ ଗାୟକ ଗୁରୁ ଅଭିମନ୍ୟୁ ରାଉତଙ୍କୁ ଦକ୍ଷିଣ ଓଡ଼ିଶା ଲୋକ-ସଂସ୍କୃତି ସମ୍ମାନରେ ତଥା ଏହି ଦୁଇଜଣ ଗଞ୍ଜାମ ଲୋକନୃତ୍ୟ କଳାକାରଙ୍କୁ ଉପଢୌକନ, ମାନପତ୍ର ସହ ସମ୍ମାନିତ କରାଯାଇଛି । ବହୁ କୃତି ପ୍ରତିଭାଧାରୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ଏବଂ ଅନ୍ୟାନ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଛି ।

jittmm
Leave A Reply

Your email address will not be published.