pr

ନୁଆ ଓଡିଶା ଯୁବ ଓଡିଶା କ୍ରୀଡା ମହୋତ୍ସବ ଉଦ୍‌ଯାପିତ

dr. purohit

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରସ୍ଥିତ ମହାବିଦ୍ୟାଳୟରେ ନୁଆ-ଓ ଯୁବ ଓଡିଶା, ନବିନ ଓଡିଶା କାର୍ଯ୍ୟକ୍ରମ ଗତ ୧୬ ତାରିଖରୁ ଆରମ୍ଭ ହୋଇ ୭ ଦିନ ବ୍ୟାପି କ୍ରୀଡା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଗଞ୍ଜାମ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ସୀମାଞ୍ଚଳ ଭୋଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଯାପନି ଉତ୍ସବରେ ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ ଛାତ୍ରମାନେ ଅଧ୍ୟୟନ ସହ କ୍ରୀଡା କ୍ଷେତ୍ରରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ବାବୁ ବିଦ୍ୟାର୍ଥୀମାନଙ୍କୁ ପ୍ରଗତି ଶିଳ କରାଇବା ଦେଶର ଆଗାମୀ ଭବିଷ୍ୟତଙ୍କୁ ଦକ୍ଷତା ଆଗକୁ ବଢ଼େଇବା ନିମନ୍ତେ ଏଭଳି କାର୍ଯ୍ୟକ୍ରମମାନ ରାଜ୍ୟରେ ପ୍ରଚଳିତ କରୁଥିବା ପ୍ରକାଶ କରିଥିଲେ । ସମ୍ମାନିତ ଅତିଥିଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଏହିଭଳି କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ । ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ସମ୍ମାନିତ ଅତିଥି, ମୁଖ୍ୟବକ୍ତା ଭାବେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ଆଞ୍ଚଳିକ ନିର୍ଦ୍ଧେଶକ ସୁଶାନ୍ତ କୁମାର ଦାଶ, ନୋଡାଲ ଅଫିସର ରୋହିତ କୁମାର ସାହୁ, ଭୋକେସାନାଲ ଅଧ୍ୟାପକ ଗଦାଧର ସାହୁ ପ୍ରମୁଖ ମଞ୍ଚାସିନ ରହିଥିଲେ । ଅଧ୍ୟକ୍ଷ ଶ୍ରୀ ଭୋଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ସୁଶାନ୍ତ କୁମାର ମହାନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ । କ୍ରୀଡାକ୍ଷେତ୍ରରେ କୃତି ବିଦ୍ୟାର୍ଥୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସିଲ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । କ୍ରୀଡା ପରିଷଦ ସଭ୍ୟ ନିଗମ କୁମାର ସାହୁ, ମହେନ୍ଦ୍ର ସେଠୀ, ଅରୁନ୍ଧତୀ ସିଂ, ପ୍ରାଧ୍ୟାପକ ଅମର ପ୍ରସାଦ ବିଷୋୟୀ, ସ୍ମରଣିକା ହୋତା, ମମତା ପାଢ଼ୀ, ପିତାମ୍ବର ବେହେରା, ଦୁର୍ଗା ଦାଶ, ସୂର୍ଯ୍ୟ ମୁଦୁଲି, ବାଇରୀ ଦେବୀ, ନରୋତ୍ତମ ମାନ୍ନା, ଗିରିଶ କୁମାର ଆଚାର୍ଯ୍ୟ, ରଘୁନାଥ ରେଡ୍ଡୀ ଅଜୟ ବାରିକି, ଆଦିତ୍ୟ ମହାପାତ୍ର, ଉମେଶ ଆଚାର୍ଯ୍ୟ ପ୍ରମୁଖଙ୍କ ସହ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ । କ୍ରୀଡା ପ୍ରଶିକ୍ଷକ ସୁନିଲ କୁମାର ଦାଶ ଓ ବିରଞ୍ଚି ନାରାୟଣ ବେହେରା ଖେଳ ପରିଚାଳନା କରିଥିଲେ ।

nrusinghnath
Leave A Reply

Your email address will not be published.