ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୬ତମ ଜନ୍ମୋତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପାଣ୍ଡିଆ ଗ୍ରାମର ଗୋପୀନାଥ ମନ୍ଦିର ବଡ଼ଦାଣ୍ଡ ଉପରେ ଠାକୁର ଶ୍ରୀଶ୍ରୀ ଅନୁକୂଳଚନ୍ଦ୍ରଙ୍କର ୧୩୬ତମ ଜନ୍ମୋତ୍ସବ ବର୍ଣ୍ଣାଢ଼୍ୟ ସାମାରୋହରେ ସୋମବାର ପାଳିତ ହୋଇଯାଇଛି । ବିଭିନ୍ନ ମାଙ୍ଗଳିକ କାର୍ଯ୍ୟକ୍ରମ ସହ ଗ୍ରାମବାସୀଙ୍କ ପୂର୍ଣ୍ଣ-ସହଯୋଗରେ ଉତ୍ସବଟି ମହାଡ଼ମ୍ବରରେ ପାଳିତ ହୋଇଥିଲା । ପ୍ରଭାତରେ ନଗର ସଂକୀର୍ତ୍ତନ, ନଗର ପରିଭ୍ରମଣ ହୋଇ ଠାକୁରଙ୍କୁ ସୁସଜ୍ଜିତ ବାହନରେ ବସାଇ ସଂକୀର୍ତ୍ତନ ମଣ୍ଡଳୀଙ୍କ ସହ ପ୍ରାୟ ଦୁଇହଜାର ଭକ୍ତଗୋଷ୍ଠୀଙ୍କ ମେଳରେ ନଗର ପରିଭ୍ରମଣ ହୋଇ ଏକ ନିଆରା ଭକ୍ତିମୟ ଭାବ ପ୍ରବଣରେ ଉତ୍ସବ ମୁଖରୀତ ହୋଇ ଉଠିଥିଲା । ପରେ ସୁଶୋଭିତ ସଭା ମଞ୍ଚରେ ଠାକୁରଙ୍କ ପୂଜା, ଆରାଧନା ହୋଇ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ପ୍ରବଚକ କଳାହାଣ୍ଡି ଜିଲ୍ଲାର ନର୍ଲା ପ୍ରଫେସର ସରୋଜ ମହାପାତ୍ର ଠାକୁରଙ୍କ ମହତ୍ତ୍ୱପୂର୍ଣ୍ଣ ବାଣୀ ସନ୍ଦେଶ ଦେଇଥିଲେ । ପ୍ରଫେସର ବିପିନ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁଭାଇ ନିରଞ୍ଜନ ପାଢ଼ୀ, ଅନ୍ତର୍ଯ୍ୟାମୀ ପାଢ଼ୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ପ୍ରବଚନ ଓ ଭଜନ ସାମାରୋହ ପରେ ଉକ୍ତ ପରିସ୍ଥାନରେ ଆନନ୍ଦବଜାର ଅନୁଷ୍ଠିତ ହୋଇଥିଲା । ବହୁ ଭକ୍ତ ପ୍ରସାଦ ସେବନରେ ଆପ୍ୟାୟିତ ହୋଇ ତୃପ୍ତି ଆନନ୍ଦ ଲାଭ କରି ଖୁସିବ୍ୟକ୍ତ କରିଥିଲେ । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ସଂକୀର୍ତ୍ତନ ଗୋଷ୍ଠୀ ତଥା ଛତ୍ରପୁର ସତସଙ୍ଘ ବିହାରରୁ ଆସି ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଛତ୍ରପୁରର ସଂକୀର୍ତ୍ତନ ମଣ୍ଡଳୀ ଗୁରୁଭାଇ ଗୋଷ୍ଠୀ ସର୍ବଶ୍ରୀ କେ.ରଘୁନାଥ ରେଡ୍ଡୀ, ଖାଣ୍ଡେଶୁ ରେଡ୍ଡୀ, ସୀମାଦ୍ରୀ ରେଡ୍ଡୀ, ନାରାୟଣ ରେଡ୍ଡୀ, ଉମାଶଙ୍କର ଗୁପ୍ତା, ଗୁଣା ଭାଇ, ଲିଙ୍ଗରାଜ ମହାରଣା, ରଘୁନାଥ ବେହେରା ପ୍ରମୁଖ ଏହି ଆଧ୍ୟାତ୍ମିକ ସମାବେଶର ସଂକୀର୍ତ୍ତନ କରି ଭୂୟସୀ ପ୍ରଶଂସିତ ହୋଇଥିଲେ ।

Leave A Reply

Your email address will not be published.