pr

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିବସ ପାଳିତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ) : ଭାରତରତ୍ନ ଏବଂ ଭାରତ ବର୍ଷର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି ଓ ସୁଶାସନ ଦିବସ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀର ରାମଚନ୍ଦ୍ରପୁର ଏବଂ ଡୁମେରପିଟା ପଂଚାୟତରେ ବିଶିଷ୍ଟ ବିଜେପି ନେତା ଗୋପାଲଜି ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିଚାରଣ କରିବା ସହ ଯୁଗଜନ୍ମା ମହାପୁରୁଷଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ରାମଚନ୍ଦ୍ରପୁର ପଂଚାୟତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରପଂଚ ଶ୍ରୀମତୀ ବାସନ୍ତୀ ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଡୁମେରପିଟା ପଂଚାୟତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରପଂଚ ଶ୍ରୀମତୀ ପଦ୍ମିନୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ପ୍ରତିନିଧି ଅମିତ ସିଂନିନା, ବନ୍ଧପଡା ଜୋନ ବିଜେପି ସଭାପତି ବାସୁଦେବ ସିଂନିନା, କର୍ତାର ସିଂ, ଅନୁରାଗି ନାହାକ, ପ୍ରମୋଦ ସାହୁ ଏବଂ ଉଭୟ ପଂଚାୟତର ଶତାଧିକ ଜନସାଧାରଣ ଯୋଗ ଦେଇ ଯୁଗଜନ୍ମା ମହାପୁରୁଷଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.