pr

ପ୍ରାଧ୍ୟାପକ ରଂଜନ କୁମାର ପାଣିଗ୍ରାହୀ ସମ୍ବର୍ଦ୍ଧିତ

dr. purohit

କଟକ : ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଅକାଡେମୀ (କଟକ), ଅଗ୍ନିସ୍ପୁଲିଙ୍ଗ(ରାଉରକେଲା), ଓଡ଼ିଶା ପୂଜ୍ୟପୂଜା ପରିଷଦ(କଟକ), ଚିନ୍ମୟ ସାହିତ୍ୟ ସାଂସଦ(କଟକ)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ୪୭ତମ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହରେ ପ୍ରାଧ୍ୟାପକ ରଂଜନ କୁମାର ପାଣିଗ୍ରାହୀଙ୍କୁ “ରାଜ୍ୟସ୍ତରୀୟ ଗଳ୍ପ ସମ୍ମାନ”ରେ ସମ୍ମାନିତ କରାଯାଇଛି । ରବିବାର କର୍ମବୀର ଗୌରୀଶଙ୍କର ଟାଉନ ହଲ, କଟକଠାରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଡା. ପ୍ରସନ୍ନ ପାଟ୍ଟଶାଣୀ, ଡ଼ା. ପ୍ରମୋଦ କୁମାର ମିଶ୍ର, ସହଦେବ ସାହୁ, ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ରଙ୍କ ଉପସ୍ଥିତିରେ ଶ୍ରୀ ପାଣିଗ୍ରାହୀଙ୍କୁ ଉକ୍ତ ସମ୍ମାନ ପ୍ରଦାନ କରାଯାଇଥିଲା । ପ୍ରକାଶ ଥାଉକି, ଶ୍ରୀ ପାଣିଗ୍ରାହୀଙ୍କ ଅସଂଖ୍ୟ କବିତା, ଗଳ୍ପ, ପ୍ରବନ୍ଧ ଇତ୍ୟାଦି ବିଭିନ୍ନ ପତ୍ର ପତ୍ରିକାରେ ତଥା ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ହୋଇ ବିଭିନ୍ନ ସାରସ୍ଵତ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ ହୋଇଛନ୍ତି ।

nrusinghnath
Leave A Reply

Your email address will not be published.