oom

ସ୍ୱର୍ଗତ ରାଷ୍ଟ୍ରପତି ବେହେରା ସ୍ମାରକୀ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ : ବିରିପାଲି ବିଜୟୀ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବିରିପାଲି ଗାଁରେ ଚାଲିଥିବା ସ୍ୱର୍ଗତ ରାଷ୍ଟ୍ରପତି ବେହେରା ସ୍ମାରକୀ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟର କ୍ବାଟର ଫାଇନାଲରେ ନଙ୍ଗଲାଜୁରୀ ଓ ବିରିପାଲି ଗ୍ରାମରେ ମ୍ୟାଚ ହୋଇଥିଲା । ଏହି ମ୍ୟାଚରେ ୪-୩ରେ ବିରିପାଲି ବିଜୟ ଲାଭ କରିଛି । ଆୟୋଜିତ ମ୍ୟାଚରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା, ବ୍ଲକ ଚେୟାରମେନଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ବଙ୍ଗୋମୁଣ୍ଡା ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ଓମ୍ ପ୍ରକାଶ କୁମ୍ଭାର, ବିରିପାଲି ସରପଞ୍ଚ ସୁରେଶ ବେହେରା, ଭୁସଲାଡ ସରପଞ୍ଚ ଦୀପକ ଛୁରା, ଖାସବହାଲ ସରପଞ୍ଚ କୁନୁଚରଣ ବେହେରା, ବିରିପାଲି ସମିତି ସଭ୍ୟ ଯୋଗେଶ୍ୱର ବେହେରା, ସଞ୍ଜୟ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଆଖପାଖ ଅଞ୍ଚଳରୁ ବହୁ ଲୋକମାନେ ଉପସ୍ଥିତ ରହି ଖେଳକୁ ଉପଭୋଗ କରିଥିଲେ । ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିଲେ । ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.