- କୁତମୁଣ୍ଡା, ଏପିଜେ ଲୋଇସିଂହା, ରେଙ୍ଗଟାସିଲ, ଏନ୍ଏସ୍ସି ଘୁଷୁରାମୁଣ୍ଡା, କୁରସୁଡ, ଗୁଲମି, ମୁରସିଂ, କାଲସାଏପାଲି, ଅମାମୁଣ୍ଡା, ସ୍ପୋର୍ଟସ୍ ହଷ୍ଟେଲ ଓ ବଙ୍ଗୋମୁଣ୍ଡା ବିଜୟୀ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ୧୧ ଗୋଟି ପଡିଆରେ ଫୁଟ୍ବଲ୍ ଖେଳ ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ ରମାଇ ହାଇସ୍କୁଲ ପଡିଆରେ କୁତମୁଣ୍ଡା ଲୁହାସିଂହା ଦଳକୁ ୨-୧ ଗୋଲରେ ବିଜୟ ହାସଲ କରିଛି । ଖେଳକୁ ତ୍ରିନାଥ ଚନ୍ଦନ, ଚୈତନ୍ୟ ସାହୁ, ରାଜେନ୍ଦ୍ର ସେଠ, ଖୁସିରାମ ମଲ୍ଲିକ ପରିଚାଳନା କରିଥିଲେ । ଲୋଇସିଂହା ଷ୍ଟାଡିୟମରେ ଏପିଜେ ଲୋଇସିଂହା ବିଲେଇସର୍ଡା ଏଫ୍ଏକୁ ୧-୦ ଗୋଲରେ ହରାଇ ବିଜୟୀ ହୋଇଛି । ଖେଳକୁ ସୁଦୟ କୁମାର ବାରିକ, ଜିତେନ୍ଦ୍ର ପାତ୍ର, କରୁଣା ପ୍ରଧାନ ଓ ପ୍ରଦୀପ ବଗର୍ତ୍ତି ପରିଚାଳନା କରିଥିଲେ । ଚୁଡାପାଲି ଖେଳ ପଡିଆରେ ରେଙ୍ଗଟାସିଲ ଚୁଡାପାଲି ଦଳକୁ ୩-୧ ଗୋଲରେ ହରାଇ ବିଜୟ ହାସଲ କରିଛି । ଖେଳକୁ ବୈକୁଣ୍ଠ ଜେନା, ପୁରୁଷୋତ୍ତମ ବୁଡେକ, ଉମେଶ ଚନ୍ଦ୍ର ଭୋଇ ଓ ଶରତ କୁମାର ନନ୍ଦ ପରିଚାଳନା କରିଥିଲେ । ଅତିଥି ଭାବେ ପୂର୍ବତନ ଫୁଟବଲ ଖେଳାଳି ଦେବରାଜ ନାହାକ ଓ ବିଜୟ ନାହାକ ଯୋଗ ଦେଇଥିଲେ । ହଲଦି ପଡିଆରେ ଏନ୍ଏସ୍ସି ଘୁଷୁରାମୁଣ୍ଡା ୩-୧ ଗୋଲରେ ପତ୍ରାପାଲି ଖ’କୁ ହରାଇ ବିଜୟ ହାସଲ କରିଛି । ଖେଳକୁ ପାଣ୍ଡବ ବିଶି, ରିଙ୍କୁ ବିଶି, ଆଶିଷଦେବ ସା, ଆଶୀର୍ବାଦ ସା ପରିଚାଳନା କରିଥିଲେ । ଖୋଲାନ ପଡିଆରେ କୁରସୁଡ ୨-୦ ଗୋଲରେ ଖୋଲାନକୁ ହରାଇ ବିଜୟୀ ହୋଇଛି । ଖେଳକୁ ମଳୟ ଘିବେଲା, କର୍ଣ୍ଣ ଭୋଇ, ବଟ ଗୌଡ ଓ ଗୋପାଳ ଘିଭେଲା ପରିଚାଳନା କରିଥିଲେ । ଟିଟିଲାଗଡ ସିଟି ସ୍କୁଲ ପଡିଆରେ ଗୁଲମି ୪-୨ ଗୋଲରେ ସିହିନି ଦଳକୁ ହରାଇ ବିଜୟୀ ହୋଇଛି । ଖେଳକୁ ବିବଚ୍ଛ ମାଝି, ମୋହନ ପ୍ରଧାନି, ପ୍ରିତମ ନାଏକ ଓ ରାଜେଶ ସ୍ୱାଇଁ ପରିଚାଳନା କରିଥିଲେ । ଜରାସିଂହା ମିନି ଷ୍ଟଡିୟମଠାରେ ମିରସିଂ ୨-୦ ଗୋଲରେ ରାଏପାଲିକୁ ହରାଇ ବିଜୟୀ ହୋଇଛି । ଖେଳକୁ ସଞ୍ଜନ କୁଦେଇ ଲକ୍ଷ୍ମୀଧର ମହାନ୍ତି, ପ୍ରଶାନ୍ତ ଥନାପତି ଓ କୁନ୍ତେ ମେହେର ପରିଚାଳନା କରିଥିଲେ । ଅତିଥି ଭାବେ ଅରୁଣ ଭୋଇ, ସୁଦାମ ବାଗ ଓ ରାମଚନ୍ଦ୍ର ପରଧିଆ ଯୋଗ ଦେଇଥିଲେ । ଖୁଜେନପାଲି ପଡିଆରେ କାଲସାଏ ପାଲି ୨-୧ ଗୋଲରେ ଭାଲେର ଦଳକୁ ହରାଇ ବିଜୟୀ ହୋଇଛି । ଖେଳକୁ ଶ୍ରବଣ ବାଗ, ନରିସିଂସ୍ୱାମୀ ନାଇଡୁ, ଖଲିଲଉର ରହେମାନ ଓ ଶୁଭ୍ରାଂଶୁ ଶେଖର ରାଉତ ପରିଚାଳନା କରିଥିଲେ । ସାଇଟ ପଡିଆରେ ଅମାମୁଣ୍ଡା ଦଳ ୨-୧ ଗୋଲରେ ଗେର୍ଡି ଦଳକୁ ହରାଇ ବିଜୟୀ ହୋଇଛି । ଖେଳକୁ ସୁଧାଂଶୁ ସେଠ, ସୁଦର୍ଶନ ସେଠ, ସଂଜିବ ମହାରଣା ଓ ସୁରେଶ ନାଏକ ପରିଚାଳନା କରିଥିଲେ । ଅତିଥି ଭାବରେ ସୁପ୍ରିମଟାକ୍ସ ଡାଇରେକ୍ଟର ଅଜିତ ପାଲ ଯୋଗ ଦେଇଥିଲେ । ଟାଉନ ହାଇସ୍କୁଲ ପଡିଆରେ ସ୍ପୋର୍ଟସ୍ ହଷ୍ଟେଲ ଦଳ ଟ୍ରାଇବ୍ରେକର ୪-୨ ଗୋଲରେ ମହିମୁଣ୍ଡା ଏଫ୍ସିକୁ ହରାଇ ବିଜୟୀ ହୋଇଛି । ଖେଳକୁ ବିକି ବିଶି, ଦେବାଶିଷ ବାଗ, ପ୍ରଫୁଲ୍ଲ ବଗର୍ତ୍ତି ଓ ଅବଦୁଲ ମୁଜିବ ପରିଚାଳନା କରିଥିଲେ । ଅତିଥି ଭାବରେ ଏକ୍ସନ କମିଟି ଆବାହକ ଗୋପାଳଜୀ ପାଣିଗ୍ରାହୀ ଓ ବିଶିଷ୍ଟ ବ୍ୟବସାୟୀ ଓ ପୂର୍ବତନ ଫୁଟବଲ ଖେଳାଳି ବିଶୁ ଅଗ୍ରୱାଲ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । କଣ୍ଟାବାଞ୍ଜି ଖେଳ ପଡିଆରେ ବଙ୍ଗୋମୁଣ୍ଡା ୧-୦ ଗୋଲରେ ଫ୍ରେଣ୍ଡସ କ୍ଲବ କଟାବାଞ୍ଜିକୁ ହରାଇ ବିଜୟୀ ହୋଇଛି । ଖେଳକୁ ବିଜୟ ଖମାରୀ, ଉମେଶ ଧରୁଆ, ଗୌରହରି ପୁଟେଲ ଓ ଉପେନ୍ଦ୍ର ଚନ୍ଦନ ପରିଚାଳନା କରିଥିଲେ । ଅତିଥି ଭାବରେ ନିରୁପମା ମାଝି, କୈଳାସ ଦୀପ, ନାଗେଶ୍ୱର ଦୀପ, ସୁଜିତ ଖୁରା ଓ ସନ୍ତୋଷ ଅଗ୍ରୱାଲ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।