ଠିକାଦାରପଡ଼ା ଦୁର୍ଗାପୂଜାର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଠିକାଦାରପଡ଼ା ପୂଜା ମଣ୍ଡପରେ ଚଳିତ ବର୍ଷ ଦୁର୍ଗାପୂଜା ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ପ୍ରବୀଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ପୂଜା ପାଇଁ କମିଟି କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ଶ୍ରୀ ମିଶ୍ର ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ଉପ-ସଭାପତି ଅନିଲ ପାଣିଗ୍ରାହୀ, ସାଧାରଣ ସମ୍ପାଦକ କାଳି ଚରଣ ବିଶ୍ୱାଳ, କୋଷାଧ୍ୟକ୍ଷ ଭାବେ ଶେଷଦେବ ଯୁଏଡ, ଆବାହକ ସୁରେନ୍ଦ୍ର ବାଗ ମନୋନୀତ ହୋଇଥିଲେ । କମିଟିର ସଭ୍ୟବୃନ୍ଦ ଧୃବ ଯୁଏଡ, ପ୍ରତ୍ୟୁଷ ଖୁଆସ, ମଧୁ ବିଶ୍ୱାଲ, ରଞ୍ଜିତ ବେହେରା, ଦେବେନ ପାତ୍ର, ମଧୁ ବନଛୋର, ସମିର ମିଶ୍ର, ମନୋଜ ସାହୁ, ରାଜୀବ ସ୍ୱାଇଁ, ଲକ୍ଷ୍ମୀନ୍ଦ୍ର ସାହୁ, ଦେବା ବରିହା ପ୍ରମୁଖ ସଭ୍ୟବୃନ୍ଦ ଉପସ୍ଥିତ ଥିଲେ । ଏଥର ପୂଜା ମହା ଆଡମ୍ବରରେ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସଭ୍ୟ ସୂର୍ଯ୍ୟ ନାରାୟଣ ମିଶ୍ର, ପ୍ରଦୀପ ସାମନ୍ତରାୟ, ମୁରାରୀ ମୋହନ ପଟ୍ଟନାୟକ, ଇଶ୍ୱର ଚିରଗୁନ, ନରେନ୍ଦ୍ର ଜାଲ, ସରୋଜ ଗୁରୁ, ବିଜୟ ମିଶ୍ର, ଅଜିତ ମହାଲିଙ୍ଗ ପୂଜାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ମତ ଦେଇଥିଲେ । ସୁରେନ୍ଦ୍ର ବାଗ ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.