ଜଳମଗ୍ନ ହେଲା ତେଣ୍ଡିପାଲି ଗାଁ : କଂଗ୍ରେସ ଦଳ ତରଫରୁ ଚୂଡା ଓ ଚିନି ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲଗାଣ ବର୍ଷାରେ ସମଗ୍ର ବଲାଙ୍ଗିର ଜିଲ୍ଲା ସମ୍ପୂର୍ଣ୍ଣ ବେହଲା ହୋଇପଡିଛି । ତେବେ ପୁଇଁନ୍ତଲା ବ୍ଲକ ଛତାପିପିଲ ପଂଚାୟତ ଅନ୍ତର୍ଗତ ତେଣ୍ଡିପାଲି ଗାଁ ସମ୍ପୂର୍ଣ୍ଣ ଭାବେ ଜଳମଗ୍ନ ହୋଇଯାଇଛି । ଏ ସମ୍ପର୍କରେ ଖବର ପାଇବା ପରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ ଏସ୍‌ସି ସେଲ ଅଧ୍ୟକ୍ଷ ଓମ୍‌ ପ୍ରକାଶ କୁମ୍ଭାର ଓ ବିଗତ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିବା ଶୁଭ୍ରାଂଷୁ ପଣ୍ଡା ଉକ୍ତ ଗାଁରେ ପହଂଚିଥିଲେ । ସେମାନେ ସେଠାରୁ ପୁଇଁନ୍ତଲା ତହସିଲଦାର ରୋହିତ ଭୋଇ ଓ ବିଡିଓ ଅମରେନ୍ଦ୍ର ସ୍ୱାଇଁଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ ଉଭୟ ତହସିଲଦାର ଓ ବିଡିଓ ଗାଁରେ ପହଂଚି ପ୍ରଭାବିତ ଲୋକଙ୍କୁ ଅସ୍ଥାୟୀ ଭାବେ ସ୍ଥାନୀୟ ପଂଚାୟତ କାର୍ଯ୍ୟାଳୟରେ ରଖିଥିଲେ । ଏହା ସହିତ ଆବଶ୍ୟକ ସାହଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । କଂଗ୍ରେସ ଏସ୍‌ସି ସେଲ ତରଫରୁ ପ୍ରଭାବିତ ଲୋକଙ୍କୁ ଚୂଡା ଓ ଚିନି ବଣ୍ଟନ କରାଯାଇଥିଲା । ଏହା ସହିତ ଘର ଭାଂଗିଥିବା ଲୋକଙ୍କୁ ତୁରନ୍ତ ଘର ଯୋଗାଇ ଦେବା ଓ ପ୍ରଭାବିତ ଲୋକଙ୍କୁ ଉପଯୁକ୍ତ ସହାୟତା ଶୀଘ୍ର ପ୍ରଦାନ କରିବା ପାଇଁ ତହସିଲଦାର ଓ ବିଡିଓଙ୍କ ନିକଟରେ ଦାବୀ କରିଥିଲେ ।

Leave A Reply

Your email address will not be published.