ଜୋର୍‌ସୋର ଆନ୍ଦୋଳନକୁ ଓହ୍ଲାଇଲେ ବଲାଙ୍ଗିର ଆୟୁର୍ବେଦିକ କଲେଜ ଡାକ୍ତରୀ ଛାତ୍ରଛାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆୟୁର୍ବେଦିକ କଲେଜ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଜୋର୍‌ସୋର ଆନ୍ଦୋଳନ ଚାଲିଥିବା ଦେଖିବାକୁ ମିଳିଛି । ଦୀର୍ଘ ଆଠ ଦିନ ହେଲା ଆୟୁର୍ବେଦିକ ଛାତ୍ରଛାତ୍ରୀମାନେ କଳାବ୍ୟାଚ୍‌ ପରିଧାନ କରି ସେମାନଙ୍କର ନାର୍ଯ୍ୟ ଦାବୀ ସରକାରଙ୍କୁ ଜଣାଇ ଆସୁଥିଲେ ବି ସରକାର କର୍ଣ୍ଣପାତ କରି ନଥିବାରୁ ଗତକାଲି ଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆୟୁର୍ବେଦିକ ଡାକ୍ତରୀ ଛାତ୍ରଛାତ୍ରୀ । ତେବେ ଗତକାଲି କେବଳ କଲେଜ ସାମ୍ନାରେ ବିଭିନ୍ନ ନାରାବାଜା କରି ନିଜ ଦାବୀ ଉପସ୍ଥାପନ କରୁଥିଲେ ଆନ୍ଦୋଳନକାରୀମାନେ । କିନ୍ତୁ ଆଜି ଆୟୁର୍ବେଦିକ କଲେଜ ଗେଟ୍‌ରେ ତାଲା ପକାଇବା ସହ ଛାତ୍ରଛାତ୍ରୀମାନେ ଅଧ୍ୟାପକମାନଙ୍କୁ ମଧ୍ୟ ଭିତରକୁ ଛାଡ଼ୁନଥିବା ଦେଖିବାକୁ ମିଳିଛି । ଏପରିକି ରୋଗୀ ସେବାରେ ମଧ୍ୟ ବ୍ୟାଘାତ ଜନ୍ମିଥିବା କଲେଜ ଅଧ୍ୟକ୍ଷ କହିଛନ୍ତି । ତେବେ ସେମାନଙ୍କ ଦାବୀ ପୂରଣ ନ ହେଲେ ଆଗକୁ ଆହୁରି ଜୋର୍‌ସୋର୍‌ ଆନ୍ଦୋଳନ ହେବ ବୋଲି ଆୟୁର୍ବେଦିକ ଡାକ୍ତରୀ ଛାତ୍ରଛାତ୍ରୀ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.