ପୋଲସରା ଓମ୍ ଶାନ୍ତି ଭବନରେ ଆୟୋଜିତ ଈଶ୍ୱରୀୟ ସମାରୋହରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପୋଲସରା ଶାଖା ଓମ୍ ଶାନ୍ତି ଭବନ ଠାରେ ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଶିବ ଭଗବାନଙ୍କ ଈଶ୍ୱରୀୟ ତତ୍ତ୍ୱ ଜ୍ଞାନ ଉପରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ବ୍ରହ୍ମାକୁମାରୀ ସଂସ୍ଥାନର କାର୍ଯ୍ୟକଳାପରେ ବିମୁଗ୍ଧ ପ୍ରକାଶ କରିଥିଲେ । ଏହି ସମାରୋହରେ ଓଁ ଶାନ୍ତି ପରିବାରର ସଦସ୍ୟ ସଦସ୍ୟାମାନେ ବହୁସଂଖ୍ୟାରେ ସମାବେଶ ହୋଇଥିଲେ ।

Leave A Reply

Your email address will not be published.