ଭିନ୍ନକ୍ଷମ ବୃଦ୍ଧା ରାସନ ପାଇବାରୁ ବଞ୍ଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ଅନ୍ତର୍ଗତ ଅଗଲାପାଲି ଗାଁର ଭିନ୍ନକ୍ଷମ ବିଧବା ଟୁଲ ବାଗ(୬୦) ଦୀର୍ଘଦିନ ହେଲା ପଞ୍ଚାତରୁ ରାସନ ସାମଗ୍ରୀ ପାଉଥିଲେ । ଚଳିତ ମାସ ହିତାଧିକାରୀ ତାଲିକାରୁ ତାଙ୍କ ନାମ କାଟି ଦିଆଯାଇଛି । କେବଳ ଟୁଲ ନୁହନ୍ତି ଟୁଲଙ୍କ ପରି କଦଳୀପାଲି ଓ ଭାଲୁପାଲି ଗାଁର ଅନେକ ଯୋଗ୍ୟ ହିତାଧିକାରୀଙ୍କ ନାମ ରାସନ ତାଲିକାରୁ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି । ବାଦିବାହାଲ ସରପଞ୍ଚ ରାଜନୈତିକ ଆକ୍ରୋଶ ରଖି ଏହି ହିତାଧିକାରୀଙ୍କ ନାମ କାଟି ଦେଇଥିବା ବେଳେ ୱାର୍ଡ ସଭ୍ୟଙ୍କ ପାଖରୁ ସାଦା କାଗଜରେ ଦସ୍ତଖତ ନିଆଯାଇଥିବା ଅଭିଯୋଗ ହୋଇଛି । ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ସହ ବାଦ୍‌ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ରାସନ ତାଲିକାରେ ସାମିଲ କରି ରାସନ ସାମଗ୍ରୀ ଯୋଗାଇ ଦେବାକୁ ଯୁବ ସମାଜସେବୀ ଦିବ୍ୟରଞ୍ଜନ ପଣ୍ଡା ଦାବୀ କରିଛନ୍ତି । ଏ ସଂପର୍କରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Leave A Reply

Your email address will not be published.

error: Content is protected !!