ବର୍ଜ୍ୟବସ୍ତୁରୁ ସୁନ୍ଦର ଉପକରଣ ପ୍ରଦର୍ଶନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲରେ ବର୍ଜ୍ୟବସ୍ତୁରୁ ସୁନ୍ଦର ଉପକରଣ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ୫୦ରୁ ଅଧିକ ପ୍ରତିଯୋଗୀ ଏଥିରେ ଭାଗ ନେଇ ପାଣି, ବର୍ଜ୍ୟବସ୍ତୁ, କାଗଜ, କାଚ ପ୍ରଭୃତି ପଦାର୍ଥରୁ ବିଭିନ୍ନ ମୋଡେଲ, ଏଟିଏମ୍‌ କାଉଣ୍ଟର, ଫଟୋଫ୍ରେମ ଏବଂ ଅନ୍ୟାନ୍ୟ ଅନେକ ସୁନ୍ଦର ବସ୍ତୁ ତିଆରି କରି ଏକ ପ୍ରଦର୍ଶନୀ କରାଯାଇଥିଲା । ଏଥିରେ ବିଚାରକ ଭାବରେ ପ୍ରଫେସର ତରୁଣ କୁମାର ମିଶ୍ର ଓ କଳାକାର ସୁଧାଂଶୁ ସିଂ ଧରୁଆ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଏହି ସୁନ୍ଦର ପ୍ରତିଯୋଗିତାକୁ ଦେଖି ବହୁତ ଖୁସି ଅନୁଭବ କରିଥିଲେ । ସ୍କୁଲର ଅଧ୍ୟକ୍ଷ ରବିଚନ୍ଦ୍ର ଉଦ୍‌ଗାତା ସଂଯୋଜନା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ବିରେନ୍ଦ୍ର ନାରାୟଣ ଉଦ୍‌ଗାତା ଓ ସ୍କୁଲର ପିଇଟି ଓ ଅନ୍ୟାନ୍ୟ ଶିକ୍ଷକ ପରିଚାଳନା କରିଥିଲେ । ସାମ୍ବାଦିକ ଆକୁଳ ବେହେରା ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!