oom

ଛତ୍ରପୁର ବ୍ଲକସ୍ତରୀୟ ସୁରଭି- ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକସ୍ତରୀୟ ସୁରଭି- ୨୦୨୨ କାର୍ଯ୍ୟକ୍ରମ ଗୁରୁବାର ଅନସ୍ଲୋ ସରକାରୀ ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଗାମୀ ୫ ତାରିଖରେ ହେବାକୁଥିବା ଗଞ୍ଜାମ ଜିଲ୍ଲାସ୍ତରୀୟ ସୁରଭି- ୨୦୨୨ କାର୍ଯ୍ୟକ୍ରମ ନିମନ୍ତେ ପ୍ରତିଭାନ୍ୱେଷଣ କାର୍ଯ୍ୟକ୍ରମ କରାଯାଇ ଚୟନ ପ୍ରକ୍ରିୟା ସମାପ୍ତ ହୋଇଯାଇଛି । ଛତ୍ରପୁର ବ୍ଲକ ସ୍ତରରୁ କୃତିତ୍ୱ ଅର୍ଜନ କରିଥିବା ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ, ଗୋଷ୍ଠୀ ପ୍ରମୁଖ ଜିଲ୍ଲାସ୍ତରୀୟ ନିମନ୍ତେ ମନୋନୀତ ହୋଇଛନ୍ତି । ବ୍ଲକସ୍ତରରୁ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି । ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଛତ୍ରପୁର ତହସିଲଦାର ପ୍ରକାଶ ଚନ୍ଦ୍ର ମିଶ୍ର, ବିଡ଼ିଓ ଶାରଦା ପ୍ରସନ୍ନ ପଣ୍ଡା, ବିଇଓ ସୀତାରାମ ପାତ୍ର, ଏବିଇଓ ଘନଶ୍ୟାମ ପଣ୍ଡା, ଅନସ୍ଲୋ ସରକାରୀ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଉରୀ ବନ୍ଧୁ ପଣ୍ଡା ପ୍ରମୁଖ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

jittmm
Leave A Reply

Your email address will not be published.