csstore

ସମୃଦ୍ଧ ଓଡିଶା ଗଢିବା ପାଇଁ ସମୃଦ୍ଧ ଓଡିଶା ଦଳ ସହ ହାତ ମିଳାନ୍ତୁ : ଯତୀଶଚନ୍ଦ୍ର ମହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମୃଦ୍ଧ ଓଡିଶା ଗଢିବା ପାଇଁ ସମୃଦ୍ଧ ଓଡିଶା ଦଳ ସହ ହାତ ମିଳାନ୍ତୁ ବୋଲି ସମୃଦ୍ଧ ଓଡିଶା ଦଳର ସଭାପତି ଯତୀଶଚନ୍ଦ୍ର ମହାନ୍ତି ସମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ସମୃଦ୍ଧ ଓଡିଶା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିବା ବେଳେ ଦଳର ସଭାପତି ଡ. ମହାନ୍ତି ତାଙ୍କ ଦଳ କ୍ଷମତାକୁ ଆସିଲେ ସମୃଦ୍ଧ ଓଡିଶା ଗଠନ ନିମନ୍ତେ ସଫଳ ଏବଂ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିବ ବୋଲି ମତ ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଓଡିଶାରେ ଆମକୁ ସେବା କରିବାର ସୁଯୋଗ ମିଳିଲେ ଭବିଷ୍ୟତ ପିଢିଙ୍କୁ ସୁଉଜ୍ୱଳ ଭବିଷ୍ୟତ ପ୍ରଦାନ ସହ ଓଡିଶା ରାଜ୍ୟକୁ ବିଶ୍ୱରେ ୧ ନମ୍ବର ସ୍ତରକୁ ଅଣାଯିବ ବୋଲି କହିଛନ୍ତି । ୧ କୋଟି ଯୁବ ପିଢିଙ୍କୁ ନିଯୁକ୍ତି/ଆତ୍ମନିଯୁକ୍ତି, ୧ କୋଟି ଜମିକୁ ଜଳସେଚନ, ପ୍ରତି ପରିବାରର ସର୍ବନିମ୍ନ ମାସିକ ରୋଜଗାର ୨୦ ହଜାର ଟଙ୍କା, ଦୁର୍ନୀତିର ମୂଳ ଉତ୍ପାଟନ, ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଓ ଉତ୍ତମ ସ୍ୱାସ୍ଥ୍ୟସେବା, ମହିଳା, ଅନୁସୂଚିତ ଜାତି ଓ ଜନଜାତିମାନଙ୍କର ସଶକ୍ତିକରଣ ଓ ସର୍ବାଙ୍ଗୀନ ଉନ୍ନତି ଦିଗରେ ସମୃଦ୍ଧ ଓଡିଶା ଦଳ କାର୍ଯ୍ୟ କରିବା ସହ ଲୋକଙ୍କ ଦୁଆର ମୁହଁରେ ପ୍ରଶାସନ ପହଞ୍ଚିବ, ୫୦ ହଜାର ଗ୍ରାମ ଓ ୧୧୪ ସହର ବିକଶିତ ହେବ, ଜମି, ଜଳ, ଜଙ୍ଗଲ, ଖଣି ଓ ପରିବେଶର ସୁରକ୍ଷା କରାଯିବ, ଓଡିଆ ଭାଷାକୁ ସମ୍ମାନ ଦେଇ ସରକାର ଚାଲିବ ଏବଂ ସରକାରଙ୍କ ମୁଖ୍ୟ ନିଷ୍ପତ୍ତିରେ ବିରୋଧି ଦଳ ଓ ସାଧାରଣ ଜନତାଙ୍କ ସହଭାଗିତା ରହିବ ବୋଲି ସଭାପତି ଡ. ମହାନ୍ତି ସ୍ପଷ୍ଟ ମତ ଦେଇଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳ ଡ. ମହାନ୍ତିଙ୍କ ସହ ଜିଲ୍ଲା ସଭାପତି ସନ୍ଦୀପ କୁମାର ବାଗ ମଧ୍ୟ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.