ଫ୍ରିଫାୟାର ଖେଳ ନିଶାରେ ଫସିଲେ ନାବାଳକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନଲାଇନରେ ଫ୍ରିଫାୟାର ଖେଳିବା ଜଣେ ନାବାଳଙ୍କୁ ମହଙ୍ଗା ପଡିଛି । ଖେଳରେ ବ୍ୟବହୃତ ଆଇଡି ଦେଣଲେଣ କରିବା ପରେ ଜଣେ ଦୁର୍ବୃତ୍ତ ତାଙ୍କୁ ଧମକ ଦେବା ସହ ଟଙ୍କା ଦାବୀ କରିଛି । ଏନେଇ ସମ୍ପୃକ୍ତ ନାବାଳକଙ୍କ ବାପା ତଥା ସ୍ଥାନୀୟ ହାତୀପଡାର ବେଣୁଧର ସ୍ୱାଇଁ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି । ସୂଚନାଯୋଗ୍ୟ ଯେ, ବେଣୁଧରଙ୍କ ପୁଅ ଅନ୍ୟ ଜଣେ ପିଲାର ଆଇଡି ଆଣି ଫ୍ରିଫାୟାର ଖେଳୁଥିଲା । ହେଲେ ପରିବାର ଲୋକଙ୍କ ତାଗିଦ ପରେ ଛଅମାସ ତଳେ ସେ ଖେଳ ବନ୍ଦ କରି ଦେଇଥିଲା । ହେଲେ ଗତ କିଛିଦିନ ହେବ ଏକ ଅଜଣା ଫୋନକଲ୍‌ରୁ ସମ୍ପୃକ୍ତ ନାବାଳକଙ୍କୁ କଲ୍‌ କରାଯାଇ ଆଇଡି ପାଇଁ ଟଙ୍କା ମଗାଯାଉଛି । ଟଙ୍କା ନଦେଲେ ସ୍ଥିତି ଭୟାବହ ହେବ ବୋଲି ଧମକ ମିଳୁଥିବା ସମ୍ପୃକ୍ତ ନାବାଳକଙ୍କ ବାପା କହିଛନ୍ତ ।

Leave A Reply

Your email address will not be published.