jayashree

ଯୋଗ୍ୟ ଦୁଇ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ସାମାଜିକ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରି ବାର୍ଦ୍ଧକ, ବିଧବା ଓ ଅନ୍ୟାନ୍ୟ ଭତ୍ତା ପ୍ରଦାନ କରୁଥିବା ବେଳେ ଯୋଗ୍ୟ ହିତାଧିକାରୀମାନେ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପଲସଦା ପଞ୍ଚାୟତ ଗୋଇବାହାଲି ଗ୍ରାମର କୈବର୍ତ୍ତ ବେସରା (୬୫) ଓ ଶୁକୃ ବେସରା (୭୦) ଭତ୍ତା ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନି । ଉଭୟେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଚାରି ଚାରି ଥର ଆବେଦନ କରି ସାରିଥିଲେ ମଧ୍ୟ ଭତ୍ତା ମିଳିନାହିଁ । ଏନେଇ ପଞ୍ଚାୟତ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହୋଇ ପଡିଛନ୍ତି । ଅନ୍ୟପକ୍ଷରେ ସରକାରଙ୍କ ୫ଟି ଯୋଜନା ଏମାନଙ୍କ ପକ୍ଷରେ ଦିଗହରା ହୋଇପଡିଛି । ଜନ ଶୁଣାଣି ଶିବିରରେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଲିଖିତ ଭାବେ ଗୁହାରୀ କରିଥିଲେ ମଧ୍ୟ ଫଳପ୍ରଦ ହୋଇନାହିଁ । ଏଥିପ୍ରତି ବରଗଡ଼ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେଇ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.