ଭୁବନେଶ୍ୱର, (କେପିଏନ୍ଏସ୍) : ନବମ ଓ ଦଶମର ନୂଆ ପାଠ୍ୟକ୍ରମ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ମଙ୍ଗଳବାର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆଗାମୀ ଦିନ ପାଇଁ ଏବେଠୁ ପିଲାଙ୍କୁ ପ୍ରସ୍ତୁତ କରାଯିବ । ପିଲାମାନଙ୍କୁ ଏବେଠୁ ପ୍ରସ୍ତୁତି କରାଗଲେ ଆଗକୁ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ସୁବିଧା ହେବ । ବିଭିନ୍ନ ବିଷୟରେ ତାଲିମ ଓ ପ୍ରୋଜେକ୍ଟ ସମ୍ପର୍କିତ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯାଉଛି । ଏନେଇ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ବ୍ୟବସ୍ଥା ରହିଛି । ଖୁବ୍ ଶୀଘ୍ର ଷ୍ଟଡି ମ୍ୟାଟେରିଆଲ ପହଞ୍ଚିବ । ଏନେଇ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯାଉଛି ।