କରକଚିଆ ଛକ ଠାରେ ସଡକ ଦୁର୍ଘଟଣା : ୨ ଗୁରୁତର ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କରକଚିଆ ଛକ ଠାରେ ଏକ ସଡକ ଦୁର୍ଘଟଣା ଘଟି ୨ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଗୁରୁତର ବ୍ୟକ୍ତି ଦ୍ୱୟ ହେଲେ ସୁମନ୍ତ ପଟେଲ ଓ ରଂଜିତ ବିଶ୍ୱାଳ । ସୂଚନା ଅନୁସାରେ ସୁମନ୍ତ ଓ ରଂଜିତ ଏକ ସୁପର ଏକ୍ସେଲ ଗାଡିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ସିମେଣ୍ଟ ଖୁଣ୍ଟ ଠାରେ ପିଟି ହୋଇଥିଲେ । ଫଳରେ ୨ ଜଣ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ପଡି ରହିଥିଲେ । ପରେ ସ୍ଥାନୀୟ ଲୋକେ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ଠାରେ ଭର୍ତ୍ତି କରିଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!