ସିର୍‌ଜିନା ଉତ୍ସବ ଦ୍ୱିତୀୟ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସିର୍‌ଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତିଙ୍କ ଆହ୍ୱାନ କ୍ରମେ ସୁଶ୍ରୀ ଜିତେଶ୍ୱରୀ ଦାଶଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ନିଜ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ସ୍ୱର୍ଗତ ଉତ୍ତମ ହୋତାଙ୍କ ମହାପ୍ରୟାଣ ଯୋଗୁଁ ଏକ ନିରବ ପ୍ରାର୍ଥନା କରାଯାଇଥିଲା । ତା’ପରେ ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ଉକ୍ତ ଆଲୋଚନାରେ ଆସନ୍ତା ଜାନୁୟାରୀ ୧୬ ତାରିଖରେ ବୁଧାପାଲି ଠାରେ ସିର୍‌ଜିନା ଉତ୍ସବ ପାଳନ କରିବା ପାଇଁ ସ୍ଥିର କରାଗଲା । ଉକ୍ତ ଉତ୍ସବରେ କବିତା ପାଠ, ନାଟକ, ଭଜନ ସମାରୋହ, ନୃତ୍ୟ ଓ ଆଲୋଚନାଚକ୍ର କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହାପରେ ସଭ୍ୟ/ସଭ୍ୟାମାନେ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ । ଆଖଣ୍ଡଳ ଦାଶ, ନରୋତ୍ତମ ଦାଶ, ଶଙ୍କର ଶତପଥି, ବିଜୟ ଦାନୀ, ସନ୍ତୋଷ ସିଂ ଠାକୁର, ଜ୍ୟୋତିର୍ମୟୀ ମାଝି, ଅନନ୍ତ ବନଛୋର୍‌, ସିଦ୍ଧି ପ୍ରଧାନ, ମନୋଜ ପ୍ରଧାନ, ମାନସ ପୁରୋହିତ ଓ ସଂଯୋଜକ ପୌଲସ୍ତ୍ୟ ସାହା ପ୍ରମୁଖ ସଭ୍ୟ ସଭ୍ୟାମାନେ ଯୋଗ ଦେଇଥିଲେ । ପରିଶେଷରେ ଶଙ୍କର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!