ଗାନ୍ଧୀ ସ୍ମୃତି କମିଟି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧୀଙ୍କ ବିଚାର ଓ ବାର୍ତ୍ତା ଯୁଗଯୁଗ ଧରି ସମଗ୍ର ବିଶ୍ଵକୁ ଶାନ୍ତିର ସହ ସହାବସ୍ଥାନ ପାଇଁ ପ୍ରେରଣା ଯୋଗାଇବ ଓ ପ୍ରଭାବିତ କରିବ ବୋଲି ଗାନ୍ଧୀ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ବକ୍ତାମାନେ ମତ ପ୍ରକାଶ କରିଥିଲେ । ସ୍ଥାନୀୟ ଗାନ୍ଧୀ ଭବନ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବିଶିଷ୍ଟ ସୂଚନା କର୍ମୀ ହେମନ୍ତ ପଣ୍ଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଜୟନ୍ତୀ ସଭାରେ ଗାନ୍ଧିଜୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସଭା ପ୍ରାରମ୍ଭରେ ରାମଧୁନ ଗାନ କରାଯିବା ସହ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ଵାଧୀନତାର ଅମୃତ ମହୋତ୍ସବ ବର୍ଷରେ ଗାନ୍ଧୀ ବିଚାର ଆହୁରି ଜାଜୁଲ୍ୟମାନ ହୋଇଛି ବୋଲି ଉପସ୍ଥିତ ବକ୍ତାମାନେ ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.