jayashree

ରେଳ ଲାଇନର ଦୋହରିକରଣ : ବରଗଡ଼ରୁ ଟିଟିଲାଗଡ଼ ୨ନ° ଲାଇନରେ ଚାଲିଲା ଟ୍ରେନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସମ୍ବଲପୁରଠୁ ଟିଟିଲାଗଡ଼ ପର୍ଯ୍ୟନ୍ତ ୧୮୨ କି.ମି ରେଳ ଲାଇନର ଦୋହରିକରଣ କାର୍ଯ୍ୟ ଦୀର୍ଘ ବର୍ଷରୁ ଆରମ୍ଭ ହୋଇଛି । ତେବେ ଅନେକ ବାଧାବିଘ୍ନ ସତ୍ତ୍ଵେ ଆଜି ବରଗଡ଼ଠୁ ଟିଟିଲାଗଡ଼ ପର୍ଯ୍ୟନ୍ତ ୨ ନମ୍ବର ରେଳ ଲାଇନରେ ଟ୍ରେନ ଚାଲିବା ଆରମ୍ଭ ହୋଇଛି । ୧୩୯ କି.ମି ରେଳ ଲାଇନ ବିଛାଇବା କାର୍ଯ୍ୟ ପର୍ଯ୍ୟାୟ କ୍ରମେ ହୋଇଥିଲା । ପୂର୍ବରୁ ଟିଟିଲାଗଡ଼ରୁ ବରପାଲି ପର୍ଯ୍ୟନ୍ତ ୧୨୦ କି.ମି ହୋଇଥିଲା । ପରେ ୧୯ କି.ମି ଟ୍ରାକ ସକାଶେ ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ଲାଗିଥିଲା । ଏଥିପାଇଁ ବିଦ୍ୟୁତ କାମ ସହ ଛୋଟ ବଡ଼ ବ୍ରିଜ ନିର୍ମାଣ ରହିଥିବା ବେଳେ ଏହାର ସଂପୂର୍ଣ୍ଣକରଣ ପାଇଁ ଗତ ଏକ ସପ୍ତାହ ଧରି ଏହି ରାସ୍ତା ଦେଇ ନିୟମିତ ଚାଲୁଥିବା ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ ସାମୟିକ ଭାବେ ବାତିଲ କରାଯାଇଥିଲା । ଏବେ ବାକି ରହିଥିବା ୪୨କି.ମି ରେଳ ଟ୍ରାକ ବିଛାଇବା ଓ ବିଦ୍ୟୁତ କାମ ସମ୍ବଲପୁର ପର୍ଯ୍ୟନ୍ତ ରହିଛି । ତେବେ ବରଗଡ଼ ରୋଡ଼ ରେଳଷ୍ଟେସନର ଉନ୍ନତିକରଣ କାମ ମଧ୍ୟ ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଥିବା ପରିଲକ୍ଷିତ ହେଉଛି ।

Leave A Reply

Your email address will not be published.