oom

ନୂତନ ସବରେଜିଷ୍ଟ୍ରାର କାର୍ଯ୍ୟାଳୟର ଶିଳାନ୍ୟାସ

jsmm

ରେଙ୍ଗାଲି : ବରଗଡ଼ ଜିଲ୍ଲା ଅତାବିରା ଏନ୍‌ଏସି ଅନ୍ତର୍ଗତ ୯ନଂ ୱାର୍ଡରେ ଥିବା ଦୀର୍ଘ ବର୍ଷର ପୁରୁଣା ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ରହିଥିଲା । ଯାହାକି ଆଜି ୬୭ ଲକ୍ଷ ୧୦ ହଜାର ୪୦୦ ସହ ଟଙ୍କା ବ୍ୟୟ ଅଟକଳରେ ନୂତନ ଭାବେ ନିର୍ମାଣ କରିବା ପାଇଁ ଶିଳାନ୍ୟାସ ହୋଇଯାଇଛି । ଏଥିରେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟୋପୋ, ସବରେଜିଷ୍ଟ୍ରାର ଡ଼. ସତ୍ୟ ନାରାୟଣ ତାଣ୍ଡି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ମେହେର, ଜୁନିୟର ଟେକ୍ନିସିୟନ କୁଞ୍ଜ ଲତା ସାହୁ, କୁଶ କୁମ୍ଭାର ନାଏକ, ଦୀପକ ଦାସ, ରାମ ଚନ୍ଦ୍ର ଭୋଇ, ଯଶୋବନ୍ତ ପସାୟତ, ସରକାରୀ ଓକିଲ ବିକାଶ ମିଶ୍ର, ସିଦ୍ଧାର୍ଥ ଶଙ୍କର ପଣ୍ଡା, ବିଧାୟିକା ପ୍ରତିନିଧି ଗଣେଶ ସାହୁ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିବା ବେଳେ ଅତାବିରା ଦଲିଲ ଲେଖକ ସଂଘ ଓ ଷ୍ଟାମ୍ଫ ଭେଣ୍ଡର ପକ୍ଷରୁ ସମସ୍ତ ଆସିଥିବା ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି କାର୍ଯ୍ୟାଳୟ ନିର୍ମାଣକୁ ଫେବୃଆରୀ ୨୦୨୩ ସୁଦ୍ଧା କାର୍ଯ୍ୟ ସମାପ୍ତ କରିବା ପାଇଁ କୁହାଯାଇଛି ।

jittmm
Leave A Reply

Your email address will not be published.