ଟ୍ରକ ଧକ୍କାରେ ଲୁନା ଚାଳକ ଗୁରୁତର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଜାମୁଝରୀ ପଞ୍ଚାୟତର ଜାମୁଝରୀ ଘାଟିରେ ଶୁକ୍ରବାର ଏକ ଟ୍ରକ ଧକ୍କାରେ ଜଣେ ଲୁନା ଚାଳକ ଗୁରୁତର ଆହତ ହୋଇଛନ୍ତି । ଖବରରୁ ଜଣାପଡିଛି ଯେ, ଲୁନା ଯୋଗେ ଅରକ୍ଷିତ ବେହେରା(୫୫) ଫୁଲବାଣୀରୁ ନିଜ ଗାଁ ଜାମୁଝରୀକୁ ଫେରୁଥିବା ସମୟରେ ଜାମୁଝରୀ ଘାଟିରେ ଗୋଟିଏ ଟ୍ରକ ଅରକ୍ଷିତଙ୍କୁ ଧକ୍କା ଦେଇ ଫେରାର ହେଉଥିବା ବେଳେ ଓଲଟି ପଡିଥିଲା । ଫଳରେ ଟ୍ରକ ଡ୍ରାଇଭର ଖଜୁରୀପଡା ବ୍ଲକ ଅନ୍ତର୍ଗତ ବାଦେରପାଜୁ ଗ୍ରାମର ପ୍ରଦୀପ ପ୍ରଧାନଙ୍କୁ ସ୍ଥାନୀୟ ଲୋକମାନେ ଅଟକ ରଖି ଗୁରୁତର ଆହତ ହୋଇଥିବା ଅରକ୍ଷିତଙ୍କ ଘର ଲୋକଙ୍କୁ ଖବର ଦେଇ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅରକ୍ଷିତଙ୍କ ବାମ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି । ଏଥିସହିତ ଚାଳକଙ୍କୁ ଲୋକମାନେ ଅଟକ ରଖି ପୁଲିସକୁ ଖବର ଦେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.

16 − 1 =